fbpx
BJD SKY
BJD SKY

ଆଶ୍ଚର୍ଯ୍ୟଜନକ ଅଫର ! ପ୍ରଥମେ ଖାଅ, ପରେ ଟଙ୍କା ଦିଅ ; ଘର କି କାର ନୁହେଁ.. ଆମ୍ବ

BJD

ନୂଆଦିଲ୍ଲୀ: ବଢୁଥିବା ମୁଦ୍ରାସ୍ଫୀତି କେବଳ ଆପଣଙ୍କ ଘର ଋଣ ବା କାର ଋଣ ଉପରେ ପ୍ରଭାବ ପକାଇ ନାହିଁ, ଏହାର ପ୍ରଭାବ ଆମ୍ବପ୍ରେମୀଙ୍କ ଉପରେ ମଧ୍ୟ ପଡିଛି । ମୁଦ୍ରାସ୍ଫୀତିର ପରିସ୍ଥିତି ଏପରି ଯେ ବର୍ତ୍ତମାନ କେବଳ ଘର ଏବଂ କାର ନୁହେଁ ଆମ୍ବ କିଣିବା ପାଇଁ ମଧ୍ୟ EMI ଉପଲବ୍ଧ ରହିଛି ।

ଆମ୍ବ ବିକ୍ରୟ ବୃଦ୍ଧି ପାଇଁ ପୁଣେ ଫଳ ବିକ୍ରେତା ଏକ ନିଆରା ଅଫର ଆଣିଛନ୍ତି । ତାଙ୍କର ଏହି ଅଫର ବର୍ତ୍ତମାନ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଣେର ଏହି ଫଳ ବିକ୍ରେତା ଲୋକଙ୍କୁ ଇଏମ୍‌ଆଇ ରେ ଆମ୍ବ କିଣିବାର ବିକଳ୍ପ ଦେଇଛନ୍ତି । ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ , ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, EMI ରେ ଆମ୍ବ କିଣନ୍ତୁ ଖାଆନ୍ତୁ ଏବଂ ପରେ ଇଏମ୍‌ଆଇ ବା କିସ୍ତିରେ ଟଙ୍କା ଦେବେ ।

ମହାରାଷ୍ଟ୍ରର ଦେଓଗାର୍ ଏବଂ ରତ୍ନାଗିରିର ଆଲଫୋନ୍ସୋ ଆମ୍ବ ସ୍ୱାଦ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏକ ଡଜନ ଆଲଫୋନସୋ ଆମ୍ବ ମୂଲ୍ୟ ୮୦୦ ରୁ ୧୩୦୦ ଟଙ୍କା ମଧ୍ୟରେ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଏହି ଆମ୍ବ କିଣିବାକୁ ଡରୁଛନ୍ତି । କିନ୍ତୁ ପୁଣେର ଫଳ ବିକ୍ରେତାଙ୍କ ଏହାକୁ ଅତି ସହଜ କରିଛନ୍ତି । ମୂଲ୍ୟ ବୃଦ୍ଧି ହେତୁ ଆମ୍ବ ଖାଇବା ବନ୍ଦ ନ କରି ଫ୍ରିଜ୍-ଟିଭି ଭଳି ଜିନିଷ କିଣିବା ଭଳି ଲୋକମାନେ ଏହାକୁ ମଧ୍ୟ କିସ୍ତିରେ କିଣି ପାରିବେ । ୩ ମାସ, ୬ ମାସ, ୯ ମାସର କିସ୍ତିରେ ଟଙ୍କା ଦେଇପାରିବେ ।

ଫଳ ବିକ୍ରେତା କହିଛନ୍ତି ଯେ ଆଲଫୋନସୋ ପରି ଆମ୍ବ ବାକ୍ସର ମୂଲ୍ୟ ପ୍ରାୟ ୬୦୦୦ ରୁ ୭୦୦୦ ଟଙ୍କା ପର‌୍ୟ୍ୟନ୍ତ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଲୋକମାନେ ନିଜ ମନ ଅନୁଯାୟୀ ଆମ୍ବ କିଣନ୍ତି ନାହିଁ ଏବଂ କମ୍ କିଣି ଚେଷ୍ଟା କରନ୍ତି । ଅନ୍ୟ ପଟେ, ଯଦି ସେମାନେ ଏହି ବିକଳ୍ପ ପାଆନ୍ତି ଯେ ମାସକୁ ୭୦୦ କିମ୍ବା ୮୦୦ ଟଙ୍କା ଦେଇ ଆମ୍ବ ଖାଇ ପାରିବେ । ଏହି ଅଫର ପରେ ଅନେକ ଲୋକ ଆମ୍ବ କିଣିବାକୁ କଲ୍ କରିଛନ୍ତି ବୋଲି ଫଳ ବିକ୍ରେତା କହିଛନ୍ତି ।

Get real time updates directly on you device, subscribe now.