fbpx

ସରକାରୀ ଚାକିରିରେ OBC ସଂରକ୍ଷଣ ବଢ଼ିବ ନାହିଁ: ସୁପ୍ରିମକୋର୍ଟରେ ଖାରଜ ହେଲା ୟାଚିକା

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ନିରାଶାଜନକ ଖବର । ସରକାରୀ ଚାକିରିରେ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ସଂରକ୍ଷଣ ପ୍ରତିଶତ ବୃଦ୍ଧି ହେବ ନାହିଁ । ଏନେଇ ସୁପ୍ରିମକୋର୍ଟରେ ଆଗତ ହୋଇଥିବା ୟାଚିକା ଖାରଜ ହୋଇଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଏବେ ଅନେକ ଛାତ୍ରଛାତ୍ରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ସମୟରେ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନମାନଙ୍କରେ ଓବିସି ସଂରକ୍ଷଣ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଶିକ୍ଷାନୁଷ୍ଠାନ ନାମଲେଖା ପାଇଁ ଓବିସି ସଂରକ୍ଷଣ ୧୪ରୁ ୨୭ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ସରକାରଙ୍କ ଉକ୍ତ ବୃଦ୍ଧି ନିଷ୍ପତ୍ତି ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ରୋକ ଲଗାଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଆବେଦନକାରୀ ଜୟା ଠାକୁର ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ହାଇକୋର୍ଟଙ୍କ ରୋକ ହଟାଇବାକୁ ଦାବି କରିଥିଲେ ।

ଯଦି ଆବେଦନକାରୀ ଏହି ମାମଲା ପ୍ରତ୍ୟାହାର ନ କରନ୍ତି ତେବେ ତାଙ୍କ ଉପରେ ଜରିମାନା ଲାଗୁବେ । ଏହି ମାମଲାରେ ଆବେଦନକାରୀ କିପରି ପ୍ରଭାବିତ ହୋଇଛନ୍ତି ବୋଲି ସର୍ବୋଚ୍ଚ କୋର୍ଟ ତାଙ୍କୁ ପ୍ରଶ୍ନ କରିଥିଲେ । ଆବେଦନକାରୀଙ୍କ ପିଟିସନରେ କହିଥିଲେ ଯେ, ହାଇକୋର୍ଟଙ୍କ ଏହି ରୋକ ପାଇଁ ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ସରକାରୀ ଚାକିରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇଯାଇଛି । ଏଥିସହିତ ଆର୍ୟାବର୍ତ ମହାସଭା ଫାଉଣ୍ଡେସନ ପକ୍ଷରୁ ସାରା ଦେଶରେ ଜାରି ରହିଥିବା ଅବୈଧ ମଦ ପ୍ରସ୍ତୁତ, ବିଜିନେସ ଓ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ଆକ୍ସନ ପ୍ଲାନ ଲାଗୁ କରିବାକୁ ସେ ଦାବି କରିଥିଲେ ।

Get real time updates directly on you device, subscribe now.