fbpx

ଅଚାନକ ବିମାନରେ ଚାଲିଲା ଅଶ୍ଲୀଳ ଫିଲ୍ମ: ବନ୍ଦ କରିବା ଚକ୍କରରେ ୧ ଘଣ୍ଟା ବିତିଗଲା

ନୂଆଦିଲ୍ଲୀ: ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ବା ଅନ୍ୟ କିଛି କାରଣରୁ କିଛି ବଡ଼ ଧରଣର ଅଘଟଣ ଘଟିଯାଇଥାଏ । ଏପରିକି ଅନେକ ସମୟରେ କିଛି ହାସ୍ୟାସ୍ପଦ ତଥା ଲଜ୍ଜାଜନକ ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଅନୁରୂପ ଏକ ଏକ ଘଟଣା ଦେଖିବାକୁ ମିଳିଛି । ଏକ ଉଡ଼ନ୍ତା ବିମାନରେ ଅଚାନକ ଅଶ୍ଲୀଳ ଫିଲ୍ମ ପ୍ଲେ ହୋଇଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ସ୍କ୍ରିନରେ ଚାଲିଥିବା ଏହି ଫିଲ୍ମକୁ ବନ୍ଦ କରିବାକୁ ସମସ୍ତେ ଯେତେ ପ୍ରୟାସ କଲେ ମଧ୍ୟ ତାହା ବ୍ୟର୍ଥ ଯାଇଥିଲା । ଏପରି ଭାବେ ବିମାନରେ ଅଶ୍ଲୀଳ ଫିଲ୍ମ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

ଖବର ମୁତାବକ, କ୍ୱାଣ୍ଟାସ ଏୟାରଲାଇନ୍ସର ଫ୍ଲାଇଟ କ୍ୟୁଏଫ୫୯ ସିଡନୀରୁ ଜାପାନର ହାନେଡା ଅଭିମୂଖେ ଉଡ଼ାଣ ଭରିଥିଲା । ବିମାନରେ ଯାତ୍ରୀମାନେ ହସଖୁସିରେ ଯାତ୍ରା କରୁଥିବା ସମୟରେ ଅଚାନକ ବିମାନର ସ୍କ୍ରିନରେ ଅଶ୍ଲୀଳ ଫିଲ୍ମ ମନକୁ ମନ ଚାଲିଥିଲା । ଏହାପରେ କ୍ରୁ ମେମ୍ବର୍ସ ସ୍କ୍ରିନ ବନ୍ଦ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ । ଟେକନକ୍ ଖରାପ କାରଣରୁ ବିମାନରେ ଅଶ୍ଲୀଳ ଫିଲ୍ମ ୧ ଘଣ୍ଟା ଧରି ଚାଲିଥିଲା । ଗତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ‘ଡେଡିଓ’ ଅଶ୍ଲୀଳ ଫିଲ୍ମ ସ୍କିନରେ ଚାଲିବା ପରେ ତାହା ସଭିଙ୍କ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା । ଏହାପରେ କିଛି ଯାତ୍ରୀ ଫିଲ୍ମର ସାଉଣ୍ଡକୁ କମ୍ କରିଦେଇଥିଲେ । ମାତ୍ର ସ୍କ୍ରିନକୁ ବନ୍ଦ କରିବାକୁ କ୍ରୁ ମେମ୍ବର୍ସକୁ ୧ ଘଣ୍ଟା ସମୟ ଲାଗିଯାଇଥିଲା । ସୂଚନାଯୋଗ୍ୟ ଯେ, କୌଣସି ସାର୍ବଜନିକ ସ୍ଥାନ ଯଥା ଅନୁଷ୍ଠାନ, ରେଳ ଷ୍ଟେସନ ଆଦି ସ୍ଥାନରେ ପୂର୍ବରୁ ଅନେକ ଥର କୌଣସି ତ୍ରୁଟି କାରଣରୁ ଅଶ୍ଲୀଳ ଫିଲ୍ମ ଚାଲିଥିବାର ଉଦାହରଣ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.