fbpx

(Video) ପୁଣି ଆସିଲା ଦୁଃଖ ଖବର: ଓଡ଼ିଆ ଆଲବମ୍ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡରୁ ଦୁଃଖର କଳା ବାଦଲ ହଟୁନାହିଁ । ରାଜ୍ୟର ଜଣଙ୍କ ପରେ ଜଣେ କଳାକାରଙ୍କ ପରଲୋକ ଘଟୁଛି । ଗତକାଲି ଓଲିଉଡର ବରିଷ୍ଠ ଅଭିନେତା ଶ୍ରୀତମ ଦାସଙ୍କ ମାତୃ ବିୟୋଘ ଘଟିଥିଲା । ସେହିପରି ଗତ ୨ ତାରିଖରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ବେଳେ ଗତ ୨୩ ତାରିଖରେ ଅଭିନେତା ସୋମଦତ୍ତ ଦାସଙ୍କ ପରଲୋକ ଘଟିଥିଲା ।

ତେବେ ଏହା ମଧ୍ୟରେ ଆଜି ଓଡ଼ିଆ ଆଲବମ୍ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରୁଚିସ୍ମିତା ଜଣେ ଆଲବମ୍ ଅଭିନେତ୍ରୀ ହୋଇଥିବା ବେଳେ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ ସେ ବେଶ୍ ଜଣାଶୁଣା । ଘର ଭିତରୁ ରୁଚିସ୍ମିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ରୁଚିସ୍ମିତାଙ୍କ ମାମୁଘର ବଲାଙ୍ଗିର ଜିଲ୍ଲା ସୁଦପଡ଼ା ହୋଇଥିବା ବେଳେ ତାଙ୍କର ନିଜ ଘର ତାଲପାଲିପଡ଼ା ବୋଲି ଜଣପାଡ଼ିଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ଆଜି ଜଣେ ଭୋଜପୁରୀ ଅଭିନେତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତୁଦେହ ଉତ୍ତରପ୍ରଦେଶର ଏକ ହୋଟେଲରୁ ମିଳିଥିଲା । ପ୍ରଥମରୁ ଏହା ଏକ ଆତ୍ମହତ୍ୟାଜନିତ ଘଟଣା କୁହାଯାଇଥିବା ବେଳେ ପୋଲିସ ଏହି ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଥିଲା । ୨୫ ବର୍ଷୀୟା ଅଭିନେତ୍ରୀଙ୍କ ଅଚାନକ ମୃତ୍ୟୁକୁ ନେଇ ଏବେ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.