fbpx

(Video) ବିଶ୍ୱବିଜୟୀ ଦଳରେ ଓଡିଆ ପୁଅ… ଐତିହାସିକ ମୁହୂର୍ତ୍ତର ପ୍ରକୃତ ସାକ୍ଷୀ: ବିଶ୍ୱକପରେ ମିଳିଥିଲା ପ୍ରମୁଖ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଉପରେ କବଜା କରିସାରିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ସହ ସଂଘର୍ଷ କରି ୧୭ ବର୍ଷ ପରେ ଭାରତକୁ ଫେରାଇ ଆଣିଛନ୍ତି ଟି-୨୦ ବିଶ୍ୱକପ ଟ୍ରଫି । ବିଶ୍ୱବିଜୟୀ ହୋଇଥିବା ଭାରତୀୟ ଦଳରେ ଟିମ ଇଣ୍ଡିଆ ଏବଂଫ୍ୟାନ୍ସଙ୍କ ବ୍ୟତୀତ ଅନ୍ୟ ଜଣେ ଓଡ଼ିଆ ପୁଅ ମଧ୍ୟ ରହିଥିଲେ । ଭାରତ ଦ୍ୱିତୀୟ ଥର ଟି-୨୦ ବିଶ୍ୱ ଚମ୍ପିଆନ୍ ହେବାର ସେ ପ୍ରତ୍ୟକ୍ଷଦର୍ଶୀ ପାଲଟିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଖିବାକୁ ମିଳିଛି, ଯାହା ବିଶ୍ୱକପ ଇତିହାସରେ ସବୁ ଦିନ ପାଇଁ ମନେ ରହିବ । ଏଭଳି ସ୍ମୃତିକୁ ଏକାଠି କରି ରଖୁଥିବା ବ୍ୟକ୍ତି ହେଉଛନ୍ତି କଟକ ଜିଲ୍ଲାର ପୁଅ ପ୍ରସନ୍ନ କୁମାର ପ୍ରଧାନ । କଟକରୁ ଯାଇ ବର୍ତ୍ତମାନ ଷ୍ଟାର ସ୍ପୋର୍ଟସର ସିନିୟର କ୍ୟାମେରା ପର୍ସନ ଭାବରେ ଦାୟିତ୍ୱ ତୁଲାଉଛନ୍ତି ପ୍ରସନ୍ନ ।

ପରଦା ପଛର ହିରୋଙ୍କ ନାଁ ସାମ୍ନାକୁ ଆସିବା ଭାରି ମୁସକିଲ । ଯୋଜନ ଯୋଜନ ଦୂରରେ ଅନୁଷ୍ଠିତ ହେଉଥିବା ମ୍ୟାଚ ବା ଟୁର୍ଣ୍ଣାମେଣ୍ଟକୁ ଭାରତରେ ପହଞ୍ଚାଇବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥାନ୍ତି ଦାୟିତ୍ୱବାନ୍ କ୍ୟାମେରା ପର୍ସନ । କେବଳ ମ୍ୟାଚର ସିଧାପ୍ରସାରଣ ନୁହେଁ, ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତି ନେବା ପାଇଁ ମଧ୍ୟ ଖୁବ ସାହାଯ୍ୟ କରିଥାନ୍ତି କ୍ୟାମେରା ପଛରେ ରହିଥିବା ଏହି ସୁପରଷ୍ଟାର । କ୍ୟାମେରା ପଛରେ ଛିଡା ହୋଇଥିବା ବ୍ୟକ୍ତି ହିଁ ପ୍ରତିଭାବାନ କ୍ରିକେଟରଙ୍କ କ୍ୟାରିୟର ଗ୍ରାଫକୁ ନିଜ କ୍ୟାମେରାରେ କଏଦ କରି ରଖିଦିଆନ୍ତି । ଆଉ ମ୍ୟାଚର ହିରୋ ବନାଇ ଦିଅନ୍ତି । ସେହିଭଳି ଜଣେ ଦାୟିତ୍ୱବାନ୍ କ୍ୟାମେରା ପର୍ସନ୍ ହେଉଛନ୍ତି ଜଣେ ଓଡିଆ । ଯିଏ କଟକ ଜିଲ୍ଲା ଚୌଦ୍ୱାର ଶଙ୍କରପୁର ଅଞ୍ଚଳରୁ ଯାଇ ଷ୍ଟାର ସ୍ପୋର୍ଟସର ସିନିୟର କ୍ୟାମେରାମ୍ୟାନ ପୋଷ୍ଟରେ ରହିଛନ୍ତି । ଆଉ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗିଦାରି ହୋଇଥିବାରୁ ତାଙ୍କୁ ଏବେ ଅନେକ ପ୍ରଶଂସା କରିଯାଇଛି । ସେ ହେଉଛନ୍ତି ପ୍ରସନ୍ନ କୁମାର ପ୍ରଧାନ । ବିଶ୍ୱର ଯେ କୈଣସି ଗ୍ରାଉଣ୍ଡରେ ମ୍ୟାଚ୍ ହେଲେ ସେଠାରେ ପ୍ରସନ୍ନ ଦେଖାଯାଆନ୍ତି । ଆଉ ସେ ଟି-୨୦ ବିଶ୍ୱକପର ସିଧା ପ୍ରସାରଣ ଦାୟିତ୍ୱରେ ମଧ୍ୟ ରହିଥିଲେ । ଯାହାର ଫଟୋ ଭିଡିଓ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଗତ ୧୨ବର୍ଷ ହେଲା ସେ ଷ୍ଟାର ସ୍ପୋର୍ଟସ କ୍ୟାମେରେ ମ୍ୟାନ ଭାବରେ କାମ କରୁଛନ୍ତି ।

ଚଳିତବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇଥିବା ଟି-୨୦ ବିଶ୍ୱକପରେ ମଧ୍ୟ ତାଙ୍କୁ କ୍ୟାମେରାମ୍ୟାନ୍ ଭାବରେ ଦାୟିତ୍ୱ ମିଳିଥିଲା । ଏହି ସମୟରେ ସେ ରୋହିତ, ହାର୍ଦ୍ଦିକ, ବିରାଟଙ୍କ ସମେତ ଟିମ ଇଣ୍ଡିଆର ଅନେକ ଖେଳାଳିଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ବାରବାଟୀରେ ଖେଳା ଯାଇଥିବା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଶୁଟିଂ ବେଳେ ତାଙ୍କୁ ଶେଷଥର ଦେଖିବାକୁ ମିଳିଥିଲା । ଏଥିସହ ସେ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପ ହକିରେ ଷ୍ଟାର ସ୍ପୋର୍ଟସର କ୍ୟାମେରା ଦାୟିତ୍ୱ ତୁଲାଇଥିଲେ । ଏମିତି ବଡ କାମ କରି ବର୍ତ୍ତମାନ ପ୍ରସନ୍ନ ପ୍ରଶଂସା ସାଉଣ୍ଟୁଛନ୍ତି ।

Get real time updates directly on you device, subscribe now.