fbpx
BSKY
BJD MC SKY
BJD YOUTH SKY

ଓଡ଼ିଆ ଡାକ୍ତରଙ୍କୁ ଜାତୀୟ ବୀର ସମ୍ମାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ଡାକ୍ତର କାର୍ତ୍ତିକେଶ୍ୱର ଜେନାଙ୍କୁ ଜାତୀୟ ବୀର ସମ୍ମାନରେ ସମ୍ମାନିତ କରାଯାଇଛି । କରୋନା କାଳରେ ଅପୂର୍ବ ବୀରତ୍ୱର ନିଦର୍ଶନ ଦେଖାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ୫୦ ଜଣ ଡାକ୍ତରଙ୍କୁ ସମ୍ମାନିତ କରାଯାଇଥିଲା । ଅଗଷ୍ଟ ୨୫ ତାରିଖରେ ବିହାରର ପାଟନାସ୍ଥିତ ଲେମନ ଟ୍ରି ପ୍ରିମିୟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ମୂଳତଃ ଗଞ୍ଜାମର ବାଲିପଦର ନିବାସୀ କାର୍ତ୍ତିକେଶ୍ୱର ବର୍ତ୍ତମାନ ବର୍ଦ୍ଧମାନରେ ଡାକ୍ତର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ଦ୍ଧମାନ ମେଡିକାଲ କଲେଜ ହସ୍ପିଟାଲରେ କାର୍ତ୍ତିକେଶ୍ୱର ଡାକ୍ତର ଭାବରେ କାର୍ଯ୍ୟ କରୁଛନ୍ତି । କରୋନା ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ରିଅଲ ଲାଇଫ୍ ସୁପରହିରୋ ସମ୍ମାନ ଏବଂ ରାଷ୍ଟ୍ରୀୟ ଚିକିତ୍ସା ସେବା ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାର ହାସଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ସେ ଏକମାତ୍ର ଓଡ଼ିଆ ଏବଂ ସର୍ବକନିଷ୍ଠ ଡାକ୍ତର ।

Get real time updates directly on you device, subscribe now.