ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍ନ୍ତଜାତୀୟ ଖବରକାଗଜ ସଂସ୍ଥା ‘ଫୋର୍ବସ’ରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଝିଅ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା । ‘ଫୋର୍ବସ’ ପକ୍ଷରୁ ଦେଶର ୨୩ ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ଜୟନ୍ତୀ ସେଥିରେ ସ୍ଥାନ ପାଇ ରାଜ୍ୟ ପାଇଁ ସୁନାମ ଆଣିଦେଇଛନ୍ତି । ପ୍ରଥମ ଆଦିବାସୀ ଝିଅ ଭାବେ ଜୟନ୍ତୀ ଏନଡବ୍ଲ୍ୟୁଏମଆଇରୁ ଫେଲୋଶିପ୍ ଗ୍ରହଣ କରିଥିଲେ ।
ଜୟନ୍ତୀ ଦୁର୍ଗମ ଅଞ୍ଚଳର ପ୍ରତିଟି ଖବର ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରୁଛନ୍ତି । ଜଙ୍ଗଲରାଣୀ ଇନିସିଏଟିଭ୍ ଆରମ୍ଭ କରି ସେ ଆଦିବାସୀ ଝିଅମାନଙ୍କୁ ଶିକ୍ଷା ଦେଉଛନ୍ତି । ୨୦୧୭ ମସିହାରେ ସେ ପାଖାପାଖି ୨୦ ଜଣ ଶିକ୍ଷିତ ଯୁବତୀଙ୍କୁ ନେଇ ବଡ଼ଦିଦି ସଂଗଠନ ଆରମ୍ଭ କରିଥିଲେ । ଦୁର୍ଗମ ବଣ୍ଡାଘାଟିର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ପ୍ରଥମେ ଯୁବତୀମାନଙ୍କୁ ଋତୁସ୍ରାବ ସମୟରେ ହେଉଥିବା ସମସ୍ୟା ଓ ସାନିଟାରୀ ପ୍ୟାଡ ବ୍ୟବହାର ବିଷୟରେ ସଚେତନ କରିଥିଲେ । ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ସେ ଘରେ ଘରେ ଏହାକୁ ବାଣ୍ଟିବା ଆରମ୍ଭ କରିଥିଲେ । ଏହା ତାଙ୍କୁ ଏକ ନୂଆ ପରିଚୟ ଦେବା ସହିତ ସେ ଫୋର୍ବସ ମାଗାଜିନରେ ସ୍ଥାନିତ ହୋଇଥିବାରୁ ଜୟନ୍ତୀ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।
Jayanti Buruda is the first tribal from Malkangiri district, Odisha, to receive the NWMI Fellowship for Women Journalists. Her stories offer a firsthand account of what it means to be in the hinterland of Odisha and explores the depth of the digital and infrastructure divide… pic.twitter.com/mB5HGMmdsj
— Forbes India (@ForbesIndia) March 8, 2024