fbpx

ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା

ଓଡିଶା ଭାସ୍କର: ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକା ଯୁବତୀଙ୍କୁ ବିଭତ୍ସ ଭାବେ ହତ୍ୟା। ଜଗତସିଂହପୁର ଜିଲ୍ଲା ବଡ଼ବାଗ ଗାଁର ଶୁଭସ୍ମିତା ବେହେରା ନାମକ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି । ତେବେ ଶୁଭସ୍ମିତାଙ୍କ ଏହି ମୃତ୍ୟୁ ଖବର ଜଣାପଡ଼ିବା ପରେ ବଡ଼ବାଘ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଝିଅର ମୃତ୍ୟୁ ଖବରକୁ ନେଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ସୂଚନା ଅନୁଯାୟୀ, ଶୁଭସ୍ମିତା ମା’ ସସ୍ମିତାଙ୍କ ସହ କିଛି ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ଶ୍ରମଜୀବୀ ଭାବେ କାମ କରି ଏକ ଭଡ଼ା ଘରେ ରହୁଥିଲେ । ଶୁକ୍ରବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ । ଭୋର ସମୟରେ ଶୁଭସ୍ମିତା ଘରେ ନଥିବା ଦେଖି ମା’ ସସ୍ମିତା ଆଖପାଖରେ ଖୋଜିଥିଲେ। ହେଲେ ଘର ଠାରୁ କିଛି ଦୂରରେ ଏକ ରାସ୍ତା କଡ଼ରୁ ଶୁଭସ୍ମିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। ଶୁଭସ୍ମିତାଙ୍କ ମୃତ୍ୟୁକୁ ନେଇ ବେଙ୍ଗାଲୁରୁ ପୋଲିସ ବିଭିନ୍ନ ଦିଗକୁ ଦେଇ ତଦନ୍ତ ଆରମ୍ଭ କରିଛି । ରାଜନାକୁଂଟେ ଥାନା ପକ୍ଷରୁ ଏଦିଗରେ ତନାଘନା କରାଯାଇ ତିନି ଜଣ ସଂଦିଗ୍ଧଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.