fbpx

ରବି ସିଂଙ୍କ ରାଜ୍ୟସ୍ତରୀୟ ଶୋକ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କଟକ,୨ ।୨(ଓଡିଶା ଭାସ୍କର): ୮୯ ବୟସରେ ଓଡିଶାର ଖାତିନାମ ବିପ୍ଲବୀ କବି ରବି ସିଂଙ୍କର ଆଜି ପରଲୋକ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତୀ ଚଉରାରେ ବିପ୍ଲବୀ କବିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଏହା ସହ ରବି ସିଂଙ୍କ ଦେହାନ୍ତରେ ରାଜ୍ୟସ୍ତରୀୟ ଶୋକ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ତେବେ ଓଡିଆ ସାହିତ୍ୟରେ ରବି ସିଂଙ୍କ ଅତୁଳନୀୟ ଅବଦାନ ରହିଛି । ରବି ସିଂ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । ଆଜି କଟକ ସ୍ଥିତ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ହୋଇଥିଲା । ତାଙ୍କୁ ୧୯୬୧ରେ ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା । ସେହିପରି ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ସେ ଚରମ ପତ୍ର, ପାଦଟୀକା, ଅପ୍ରୀତିକର କବିତା ପୁସ୍ତକର ସ୍ରଷ୍ଟା । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ବିପ୍ଲବୀ କବି ରବି ସିଂହ । ଲାଲ ପାଗୋଡ଼ା ଓ ଅନ୍ୟାନ୍ୟ କବିତା’ର ଏଇ ସ୍ରଷ୍ଟାଙ୍କ ପରଲୋକରେ ବହୁ ସହିତ୍ୟିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଦୀର୍ଘ ଛଅ ଦଶନ୍ଧି ଧରି ଓଡ଼ିଆ ସାହିତ୍ୟ ଜଗତରେ ଝଲକୁଥିବା ଏହି ଅନନ୍ୟ କାବ୍ୟ ତାରକାଙ୍କ ଲିଭିଯିବାରୁ ସାହିତ୍ୟ ଜଗତ ଉପରେ ପଡ଼ିଛି ଅନ୍ଧକାରର ଛାଇ । ରବି ସିଂ ଏକାଧାରରେ ଥିଲେ କବି, ସମାଲୋଚକ ଓ ଓଜସ୍ୱୀ ବକ୍ତା । ନିଜର ନିର୍ଭୀକ ମତ, ବିଶ୍ବ ସମାଜବାଦୀ ଆନ୍ଦୋଳନରେ ତାଙ୍କ ଲେଖକୀୟ ଭୂମିକା ଓ କବିତାରେ ଶାଣିତ ଦୃଷ୍ଟିଭଙ୍ଗୀ ଯୋଗୁଁ ଦଶନ୍ଧି ଦଶନ୍ଧି ଧରି ସେ ବେଶ୍ ଚର୍ଚ୍ଚିତ ଥିଲେ । ଅତ୍ୟନ୍ତ ଦୈନ୍ୟ ଜୀବନରୁ ସାହିତ୍ୟ ସୃଷ୍ଟି କରିଆସିଥିବା ରବି ସିଂ ନିରନ୍ତର ସଂଘର୍ଷ କରି ସେ ସାହିତ୍ୟାକାଶରେ ସାଜିଥିଲେ ଉଜ୍ଜ୍ବଳ ତାରକା ।

Get real time updates directly on you device, subscribe now.