fbpx

ବିପ୍ଳବୀ କବି ରବି ସିଂଙ୍କ ବିୟୋଗରେ ଧର୍ମେନ୍ଦ୍ରଙ୍କ ଶୋକ

ଭୁବନେଶ୍ୱର, ୨ା୨(ଓଡ଼ିଶା ଭାସ୍କର): ବିପ୍ଳବୀ କବି ରବି ସିଂଙ୍କ ଆଜି ପରଲୋକ ଘଟିଥିଲା । ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି । ଓଡ଼ିଆ ସାହିତ୍ୟ ଜଗତର ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ଶୁଣି ସେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ହୋଇଛି ବୋଲି ସେ କହିଛନ୍ତି । ତାଙ୍କର ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ଧର୍ମେନ୍ଦ୍ର ସମବେଦନା ଜଣାଇଛନ୍ତି । ରବି ସିଂ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । ଆଜି କଟକ ସ୍ଥିତ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ହୋଇଥିଲା । ତାଙ୍କୁ ୧୯୬୧ରେ ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା । ସେହିପରି ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ସେ ଚରମ ପତ୍ର, ପାଦଟୀକା, ଅପ୍ରୀତିକର କବିତା ପୁସ୍ତକର ସ୍ରଷ୍ଟା ।

Get real time updates directly on you device, subscribe now.