fbpx
BSKY
BJD MC SKY
BJD YOUTH SKY

ଆଜି ଲୋକାର୍ପିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ

ଭୁବନେଶ୍ୱର: ଆଜି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧ ଲୋକାର୍ପିତ ହେବ । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ତେବେ ସତ୍ୟବାଦୀ ପଞ୍ଚସଖା କ୍ରୀଡ଼ାଙ୍ଗନ ପରିସରରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧ ଲୋକର୍ପିତ କରିବେ । ଏଠାରେ କ୍ୟାଣ୍ଟିନ୍‌, ହଷ୍ଟେଲ, ଶ୍ରେଣୀଗୃହ, ଇତ୍ୟାଦିର ସୁବିଧା ରହିଛି । ଏହି ବିଶ୍ୱବିଦ୍ୟାଳୟର ୩ଟି ବିଭାଗରେ ବିଭିନ୍ନ ଜିଲ୍ଲାରୁ ୭୧ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ଶିକ୍ଷାଗ୍ରହଣ କରୁଛନ୍ତି । ତେବେ ୨୦୨୦ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟର କାମ ଆରମ୍ଭ ହୋଇଥିବା ବେଳେ ୪ ବର୍ଷରେ ଏହାର ନିର୍ମାଣ ଶେଷ ହୋଇଛି ।

Get real time updates directly on you device, subscribe now.