fbpx

INDvsENG; ଟେଷ୍ଟ୍ ସିରିଜରେ ଜାଡେଜା-ଅଶ୍ୱିନଙ୍କୁ ମୁକାବିଲା କରିବା ଇଂଲଣ୍ଡ ପାଇଁ ସବୁଠୁ ବଡ଼ ସମସ୍ୟା

ମୁମ୍ଵାଇ: ଜାନୁଆରିରୁ ଆରମ୍ଭ ହେବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାିଇଦେବେ ଭାରତର ସ୍ପିନର ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନ। ଜାଡେଜା-ଅଶ୍ୱିନ ଯୋଡ଼ି ଟେଷ୍ଟ କ୍ରିକେଟର ସବୁଠାରୁ ସଫଳ ସ୍ପିନର ଯୋଡ଼ି। ବର୍ତ୍ତମାନ ସୁଦ୍ଧା ଜାଡେଜା ଓ ଅଶ୍ୱିନ ମିଶି ୪୯ ଟେଷ୍ଟ ମ୍ୟାଚ୍ ଖେଳି ୫୦୦ ୱିକେଟ୍ ନେଇଛନ୍ତି। ଏହି ଯୋଡ଼ିର ଟ୍ରାକ୍ ରେକର୍ଡ ଏତେ ଜବରଦସ୍ତ ଯେ ପ୍ରତ୍ୟେକ ମ୍ୟାଚ୍ ରେ ଏହି ଦୁଇ ଖେଳାଳି ବିପକ୍ଷ ଦଳର ୧୦ରୁ ଅଧିକ ୱିକେଟ୍ ନେଇଥାନ୍ତି। ଏହି ଦୁଇ ଜଣଙ୍କ ପୂର୍ବରୁ ଅନୀଲ କୁମ୍ବଲେ ଓ ହରଭଜନଙ୍କ ଯୋଡ଼ି ଭାରତକୁ ୫୦୦ରୁ ଅଧିକ ୱିକେଟ୍ ଦେଇଥିଲେ।

ବର୍ତ୍ତମାନ ଭାରତୀୟ ପିଚ୍ ରେ ରବୀନ୍ଦ୍ର ଜାଡେଜା ଓ ରବୀନ୍ଦ୍ର ଅଶ୍ୱିନଙ୍କ ଠାରୁ ବିପଜ୍ଜନକ ଅନ୍ୟ କୌଣସି ବୋଲର ନାହାନ୍ତି। ରବୀନ୍ଦ୍ର ଜାଡେଜା ଏପର୍ଯ୍ୟନ୍ତ ୬୮ ଟେଷ୍ଟ ମ୍ୟାଚ୍ ଖେଳି ୨୭୫ ୱିକେଟ୍ ନେଇଛନ୍ତି। ରବୀନ୍ଦ୍ର ଜାଡେଜା ଗୋଟିଏ ଇନିଂସରେ ୧୨ ଥର ୫ ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ ଥର ମ୍ୟାଚରେ ୧୦ କିମ୍ବା ତାଠାରୁ ଅଧିକ ୱିକେଟ ନେଇଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ହାରାହାରି ୨୪.୦୭ ରହିଛି।

ଅଶ୍ୱିନ ୯୦ଟି ଟେଷ୍ଟ ମ୍ୟାଚରେ ୪୯୦ ୱିକେଟ ନେଇଛନ୍ତି । ଅଶ୍ୱିନ ୩୪ ଇନିଂସରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଛନ୍ତି। ଅଶ୍ୱିନ ୮ ଥର ଟେଷ୍ଟରେ ୧୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି। ଯଦି ଅଶ୍ୱିନ ଏହି ସିରିଜରେ ୧୦ ୱିକେଟ୍ ହାସଲ କରିବାରେ ସଫଳ ହୁଅନ୍ତି, ତେବେ ସେ ଟେଷ୍ଟରେ ୫୦୦ ୱିକେଟ୍ ନେବାରେ ଭାରତର ଦ୍ୱିତୀୟ ବୋଲର ହେବେ।

Get real time updates directly on you device, subscribe now.