୬୫ ବର୍ଷରେ ଜଙ୍ଗଲ ହିରୋ ମହେନ୍ଦ୍ର ବୁଜିଲା ଆଖି: ୨୪ ବର୍ଷର ସମ୍ପର୍କକୁ ମନେପକାଇ କାନ୍ଦୁଛି ଶିମିଳିପାଳ

ବାଘୁଣୀ ସୁନ୍ଦରୀକୁ ଗଜିଥିଲା ମହେନ୍ଦ୍ର । ମାଓବାଦୀଙ୍କ ଗୁଳିର ଶିକାର ମଧ୍ୟ ହୋଇଥିଲା ।

ବାରିପଦା: ମୟୁରଭଞ୍ଜ ଶିମିଳିପାଳରେ ଆଉ ଶୁଭିବନି ହନ୍ତାହାତୀ ମହେନ୍ଦ୍ରର ଗର୍ଜନ । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛି ଶିମିଳିପାରର ହିରୋ ମହେନ୍ଦ୍ର । ବାର୍ଦ୍ଧକ୍ୟ କାରଣରୁ ମହେନ୍ଦ୍ର ଶରୀର ଦୁର୍ବଳ ହୋଇଯାଇଥିଲା । ଯେଉଁ କାରଣରୁ ଅଧିକାଂଶ ସମୟ ସେ ଅସୁସ୍ଥ ମଧ୍ୟ ରହୁଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତି ୯ଟା ବାଜି ୪୫ ମିନିଟରେ ତା’ର ମୃତ୍ୟୁ ଘଟିଯାଇଛି । ୨୦୧୯ରେ ମହେନ୍ଦ୍ରକୁ ବାଘଣୀ ସୁନ୍ଦରୀକୁ ଜଗିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏହାର ୪ ବର୍ଷ ପରେ ପୁଣିଥରେ ମହେନ୍ଦ୍ର ଶିମିଳିପାଳ ଫେରିଥିଲା

ମାଓବାଦୀ କରିଥିଲେ ଆକ୍ରମଣ: ଶିମିପାଳରେ କାଠ ମାଫିଆ, ଶିକାରୀଙ୍କ କବଳରୁ ପଶୁଙ୍କୁ ରକ୍ଷା କରିବା ପାଇଁ ମହେନ୍ଦ୍ରକୁ ନିୟୋଜିତ କରାଯାଇଥିଲା । ୨୦୦୧ରେ ମହେନ୍ଦ୍ରକୁ ଶିମିଳିପାଳ ଅଣାଯାଇଥିଲା । ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲା ମହେନ୍ଦ୍ର । ଗୁଳି ଏବଂ ସର ମାରି ମାଓବାଦୀମାନେ ମହେନ୍ଦ୍ରକୁ ଘାଇଲା ମଧ୍ୟ କରିଦେଇଥିଲେ । କିଛିଦିନର ଚିକିତ୍ସା ପରେ ସେ ପୁଣିଥାରେ ସୁସ୍ଥ ହୋଇଥିଲା ।