fbpx

ଧାନର ଏମଏସପି ବୃଦ୍ଧି କରିବାକୁ ଦାବି କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାନର ସର୍ବନିମ୍ନ ସହାୟକ ମୃଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ରକୁ ଦାବି ଜଣାଇଛନ୍ତି ରାଜ୍ୟ ସରକାର । ଏନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରିବା ପାଇଁ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏମଏସପି ୨୯୩୦ଟଙ୍କାରୁ ବଢ଼ାନ୍ତୁ କେନ୍ଦ୍ର ସରକାର ।

ସୂଚନା ଯୋଗ୍ୟ ଯେ ଗତ ୯ ତାରିଖରେ କେନ୍ଦ୍ର ସରକାର ଏମଏସପି ଘୋଷଣା କରିଥିଲେ । ସାଧାରଣ ଧାନର ସହାୟକ ଦର ୧୮୬୮ରୁ ୧୯୪୦ ଟଙ୍କା ଏବଂ ଗ୍ରେଡ୍-ଏ ପାଇଁ ୧୯୬୦ଟଙ୍କାକୁ ଏମଏସପି ବୃଦ୍ଧି କରିଥିବା କେନ୍ଦ୍ର ସରକାର ଘୋଷଣା କରିଥିଲେ । ତେବେ ଏହା ଓଡ଼ିଶାର ଚାଷୀଙ୍କୁ ସହାୟକ ହେବ ନାହିଁ । ତେଣୁ ଏ ଦିଗରେ ତୁରନ୍ତ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ କୃଷିମନ୍ତ୍ରୀ ଶ୍ରୀ ସାହୁ କେନ୍ଦ୍ରର ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଛନ୍ତି ।

Get real time updates directly on you device, subscribe now.