fbpx

ଫେସବୁକରୁ ପ୍ରେମ ହୋଇ ଗଣଦୁଷ୍କର୍ମରେ ଶେଷ

ରାମପୁର: ଫେସବୁକରୁ ଝିଅ ମାନଙ୍କୁ କଥା ଛଳରେ ଫସାଇ ଦୁଷ୍କର୍ମ କରିବା ଖବର କିଛି ନୂଆ ନୁହେଁ । ପ୍ରତିଦିନ ଏପରି ଅନେକ ଖବର ଲୋକଙ୍କ ଧ୍ୟାନ ଆକର୍ଷଣ କରୁଥିବା ବେଳେ ଉତ୍ତରପ୍ରଦେଶରୁ ଏହିଭଳି ଏକ ଖବର ସାମନାକୁ ଆସିଛି । ସୂଚନା ଯେ, ଉତ୍ତରପ୍ରଦେଶର ରାମପୁରରେ ଫେସବୁକ୍ ଜରିଆରେ ଗୋଟିଏ ସମ୍ପ୍ରଦାୟର ଯୁବକ ନିଜ ନାଁ ବଦଳାଇ ଅନ୍ୟ ଏକ ସମ୍ପ୍ରଦାୟର ଝିଅକୁ ପ୍ରେମ ଜାଲରେ ଫସାଇ ଥିଲେ । ଆଉ ପ୍ରେମ ଆଳରେ ସେ ଏବଂ ତାଙ୍କର ୨ ଜଣ ସାଙ୍ଗ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି । ଏବେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି ।

ସୂଚନା ମୁତାବକ, ରାମପୁର କୁଶୀନଗରର ଜଣେ ଯୁବତୀ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ଜଣେ ଅନ୍ୟ ସଂପ୍ରଦାୟର ଯୁବକ ଫେକ୍ ନାଁରେ ଫେସବୁକ୍ ଆଇଡି ଖୋଲି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୬ ମାସ ଧରି ଦୁଷ୍କର୍ମ କରିଛି । ତାଙ୍କର ଅନ୍ୟ ଦୁଇ ଜଣ ସାଙ୍ଗ ମଧ୍ୟ ଏହି ମାମଲାରେ ସାମିଲ ଅଛନ୍ତି । ଏହି ମାମଲାରେ ପୁଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିବା ବେଳେ ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି । ଏଥିସହ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.