fbpx

ଓଡିଶାରେ ରଜ ପରେ ଆରମ୍ଭ ହୋଇପାରେ ଅନଲକ୍ ପ୍ରକିୟା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅନଲକ୍ ପ୍ରକ୍ରିୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ‘ରାଜ୍ୟରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣାଧୀନ ଅବସ୍ଥାରେ ରହିଛି । ପୂର୍ବ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । ଦୈନିକ ସଂକ୍ରମଣ ଓ ଆକ୍ଟିଭ କେସ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଯେଉଁଠି ପଜିଟିଭ ହାର ଅଧିକ ଅଛି ସେଠି ଟେଷ୍ଟିଂ ଜୋରଦାର କରାଯାଉଛି । ଚିହ୍ନଟ ହେଉଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଉଛି ।’

ରଜ ପରେ ରିଭ୍ୟୁ କରାଯିବ । ସେତେବେଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ । ରଜ ପରେ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି, ସେଠି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଏବେ ଦୈନିକ ସଂକ୍ରମଣ ଖସୁଛି । ଆଗକୁ ମୃତ୍ୟୁ ସଂଖ୍ୟା ବି କମିବାର ସମ୍ଭାବନା ଅଛି । ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ବଢୁଥିଲା । କରୋନା କମୁଛି ଭାବି ଲୋକ ସଚେତନ ନହେଲେ ପୁଣି ବିପଦ ଫେରିବ । ଲକଡାଉନ ଯୋଗୁଁ ଭରିବ ଲୋକ, ବୁଲା ବେପାରୀ ଅସୁବିଧା ଭୋଗୁଛନ୍ତି । ପରିସ୍ଥିତିକୁ ଦେଖି ଅନଲକ୍ ପ୍ରକ୍ରିୟା ଲାଗୁ ନେଇ ନିଷ୍ପତ୍ତି ନିଆଯିବ । ପରିସ୍ଥିତିରେ ସୁଧାର ଆସିଲେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.