fbpx

ଓଡିଶା ମାଗିଲା କ୍ଲୋରୋକ୍ୱିନ୍, ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): କରୋନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଭିଡିଓ କନଫରେନ୍ସିଂ ଜରିଆରେ ଦୁଇ ମନ୍ତ୍ରୀ କରୋନା ମୁକାବିଲା ନେଇ ଚର୍ଚ୍ଚା କରିଛନ୍ତି । ଲକ୍-ଡାଉନ୍ ଅବଧି ବଢାଇବା ପାଇଁ ଅନୁରୋଧ କରିବା ସହ ଡାକ୍ତରଙ୍କ ସୁରକ୍ଷା ପାଇଁ ୫ଲକ୍ଷ ପିପିଇ କିଟ୍ ଯୋଗାଇ ଦେବାକୁ ନବ ଦାସ ଦାବି କରିଛନ୍ତି । ଏହା ସହ ଓଡିଶାକୁ କ୍ଲୋରୋକ୍ୱିନ୍, ଭିଟାମିନ୍-ସି, ମାସ୍କ ଓ ସାନିଟାଇଜର ଯୋଗାଇ ନେବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ଆରପିଟିସିଆର କିଟ୍ ସହ  କରୋନା ମୁକାବିଲା ରାଶିକୁ ବୃଦ୍ଧି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

Get real time updates directly on you device, subscribe now.