fbpx

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ: ରାଜ୍ୟ ସରକାରଙ୍କ ସଫଳତା ଗଣିଲେ ରାଜ୍ୟପାଳ

Advertisement

ଭୁବନେଶ୍ୱର: ବଜେଟ୍‌ ଅଧିବେଶନରେ ରାଜ୍ୟପାଳ ପ୍ର. ଗଣେଶୀ ଲାଲ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ଗଣିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ହକି ବିଶ୍ୱକପ୍ ସଫଳତା ବର୍ଣ୍ଣନା କରିଥିଲେ ରାଜ୍ୟପାଳ। ଏହା ସହ ସେ କହିଛନ୍ତି ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ। ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି।

ସେହିପରି ମିଲେଟ ମିଶନ ଜରିଆରେ ରାଜ୍ୟରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ଜରିଆରେ ଚାଷୀଙ୍କୁ ସହାୟତା ଦିଆଯାଉଛି ଏବଂ କାଳିଆ ଛାତ୍ରବୃତ୍ତି ଗରିବ ମେଧାବୀ ଛାତ୍ରଙ୍କୁ ସହାୟତା ଦେଉଛନ୍ତି। ଏହାଦ୍ୱାରା ହଜାର ହଜାର ଗରିବ ଛାତ୍ର ଉପକୃତ ହେଉଛନ୍ତି।

ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଆରମ୍ଭରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଏହାର ପ୍ରତିବାଦ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ସମାୟେର କଂଗ୍ରେସ, ପୋଡ଼ିୟମ ତଳେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲା। ସେହିଭଳି ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଜେପି ଗୃହ ତ୍ୟାଗ କରିଛି।

Get real time updates directly on you device, subscribe now.