fbpx

ଗୃହରେ ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୧୪ ।୨(ଓଡିଶା ଭାସ୍କର): ୨୦୨୦ ପାଇଁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଦିବଙ୍ଗତ ସଦସ୍ୟ ଓ ସହିଦ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରଥମ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ । ସେ କହିଛନ୍ତି ଯେ, ମୋ ସରକାର ଲୋକଙ୍କ ପାଇଁ ସୁବିଧା ଆରମ୍ଭ କରିଛି । ୫-ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି । ଶ୍ରୀମନ୍ଦିର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ପଦକ୍ଷେପ ନିଆଯାଇଛି । ଚାଷୀଙ୍କ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତିି । କାଳିଆ ଯୋଜନାରେ ଚାଷୀମାନେ ଉପକୃତ ହେଉଛନ୍ତି । ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକରେ ରାଜ୍ୟ ସଚିବାଳୟ ନାଁ ବଦଳିଛି । ରାଜ୍ୟ ସଚିବାଳୟକୁ “ଲୋକସେବା ଭବନ” ନାଁରେ ନାମିତ କରାଯାଇଛି । ସରକାର ଗାନ୍ଧୀଙ୍କ ‘ଅନ୍ତ୍ୟୋଦୟ’ ନୀତିକୁ ପ୍ରାଥମିକତା ଦେଉଛନ୍ତି । ଜନକୈନ୍ଦ୍ରିକ ଯୋଜନା ପ୍ରଣୟନ ଓ ରୂପାୟନ ଦିଗରେ ସଂକଳ୍ପବଦ୍ଧ। ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ମୋ ସରକାର ସୌର ଜଳନିଧି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସରକାର ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଉଛି । କୃଷି କ୍ଷେତ୍ରକୁ ଜଳ ଯୋଗାଣ ପାଇଁ ବ୍ୟାରେଜ୍ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଶିଳ୍ପ ଯୋଜନା ଲାଗୁ କରିଛନ୍ତି ସରକାର । ଚାଷୀଙ୍କ ଉନ୍ନତି ପାଇଁ ବହୁବିଧ ପଦକ୍ଷେପ ନେଇଛନ୍ତି ସରକାର । ’

ଏହା ସହ ରାଜ୍ୟପାଳ କହିଛନ୍ତି ଯେ, ‘ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକାରୀ କରିଛନ୍ତି । ଯୋଜନାରେ ୯୩.୨୧ ଲକ୍ଷ ଯୋଗ୍ୟ ପରିବାର ସାମିଲ୍ ହୋଇଛନ୍ତି । ୨୦୧୮ ରୁ ନିଜସ୍ୱ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରାଯାଇଛି । ହିତାଧିକାରୀଙ୍କୁ ୧ ଟଙ୍କାରେ ୫ କିଲୋ ଚାଉଳ ଯୋଗାଇ ଦିଆଯାଉଛି । ଖାଦ୍ୟ ସୁରକ୍ଷା ଯୋଜନାରେ ୩,୨୮,୫୦,୮୧୬ ହିତାଧିକାରୀ ସାମିଲ୍ ହୋଇଛନ୍ତି ।୨୦୧୧ ଜନଗଣନା ଅନୁସାରେ ରାଜ୍ୟ ମୋଟ୍ ଜନସଂଖ୍ୟାର ୭୮.୩ % । ୨୦୧୮ -୧୯ ରେ ରେକର୍ଡ ପରିମାଣର ଖରିଫ୍ ଧାନ ସଂଗ୍ରହ କରାଯାଇଛି । ଅନଲାଇନ୍ ଜରିଆରେ ୧୦ ଲକ୍ଷରୁ ଅଧିକ ଚାଷୀଙ୍କୁ ଦିଆଯାଇଛି ଟଙ୍କା । ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ୧୧,୪୬୪ କୋଟି ଟଙ୍କା ଦିଆଯାଇଛି । ଗ୍ରାମାଞ୍ଚଳ ବାସହୀନ ଓ କଚ୍ଚାଘରେ ଥିବା ଲୋକଙ୍କୁ ମିଳିବ ପକ୍କାଘର । ସମସ୍ତ ପରିବାରକୁ ପକ୍କାଘର ଦେବାକୁ ସରକାର ସଂକଳ୍ପବଦ୍ଧ ।’

ଅନ୍ୟପଟେ ଗୃହରେ ପ୍ରତିବାଦ କରି କକ୍ଷତ୍ୟାଗ କରିଛନ୍ତି ବିରୋଧୀ କଂଗ୍ରେସ ।

Get real time updates directly on you device, subscribe now.