fbpx

ଓଡ଼ିଶା ବଜେଟ୍ ୨୦୨୩-୨୪: ୨୦ଟି ନୂଆ ଯୋଜନା ପାଇଁ ମଧ୍ୟ ବ୍ୟୟ ବରାଦ କେଲ ରାଜ୍ୟ ସରକାର

Advertisement

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୁର୍ବରୁ ଶେଷ ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଆଗାମୀ ନିର୍ବାଚନ ପୁର୍ବରୁ ନବୀନ ସରକାରଙ୍କର ଏହା ଶେଷ ବଜେଟ୍ ହୋଇଥିବାରୁ ଏଥିରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଧ୍ୟାନ ରଖାଯାଇଛି। ଏପରିକି ଚଳିତ ବର୍ଷ ବଜେଟ୍‌ରେ ସରକାର ୨୦ ନୁଆ ଯୋଜନା ପାଇଁ ବ୍ୟୟ ବରାଦ କରିଛନ୍ତି।

ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ସରକାର ୮୧୧ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ସେହିଭଳି ଅନ୍ୟ ଏକ ରାଜ୍ୟରେ ବିଭିନ୍ନ ମେଡିକାଲ ଗୁଡ଼ିକର ରୁପାନ୍ତରିକରଣ କରିବା ପାଇଁ ଆମ ହସ୍‌ପିଟାଲ ଯୋଜନାରେ ୭୫୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ସେହିପହିରି ଆମ ବସଷ୍ଟାଣ୍ଡ ଯୋଜନା ପାଇଁ ୧୫୦ କୋଟି, ଟିମହିଳା ହି SSG ଉଦ୍ୟୋଗ ପାଇଁ ୧୦୦ କୋଟି,ଟି ଶକ୍ତି ସଂରକ୍ଷଣ ଯୋଜନା ପାଇଁ ୨୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ବଜେଟରେ ନୂଆ ପଦକ୍ଷେପ:

ଧାନ ସଂଗ୍ରହ କାର୍ଯ୍ୟକ୍ରମ ନିମନ୍ତେ ରିଭଲଭିଂ ଫଣ୍ଡ ବାବଦକୁ ୨୦୦୦ କୋଟି ଟଙ୍କା, ଯାହା ଦ୍ୱାରା ଚାଷୀମାନେ ଠିକ ସମୟରେ ସେମାନଙ୍କ ପ୍ରାପ୍ତି ପାଇପାରିବେ।
ଏକ ବର୍ଷ ମଧ୍ୟରେ ଆମ ହସ୍ପିଟାଲ ଯୋଜନାରେ ୧୪୭ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତନ ଆଣିବା ପାଇଁ ୭୫୦ କୋଟି ଟଙ୍କା
ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜିଲ୍ଲା, ବ୍ଲକ, ବିଦ୍ୟାଳୟ, ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି
ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ୮୧୧ କୋଟି
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ବି ମିଶନ ପାଇଁ୧୨୦ କୋଟି ବ୍ୟୟବରାଦ କରାଯାଇଛି।
ମୁଖ୍ୟମନ୍ତ୍ରୀ ଲୁଣାବନ୍ଧ ଯୋଜନା ପାଇଁ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ବିଦେଶ ବିମାନ ଉଡ଼ାଣ ଯୋଜନା ପାଇଁ ୧୦୦ କୋଟି
ସାରା ରାଜ୍ୟବାସୀଙ୍କୁ ନିଶ୍ଚିତ ଏବଂ ସୁଲଭ ପରିବହନ ସୁବିଧା ଯୋଗାଇଦେବା ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ୫୦ କୋଟି ବ୍ୟୟବରାଦ କରାଯାଇଛି।
ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣପୁଷ୍ଟି ଯୋଜନା (MSPY) ପାଇଁ୨୫୦ କୋଟି ବ୍ୟୟବରାଦ କରାଯାଇଛି।
ଆମ ବସଷ୍ଟାଣ୍ଡ ପାଇଁବଜେଟରେ ୧୫୦ କୋଟି ବ୍ୟୟବରାଦ କରାଯାଇଛି।
ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ୧୦୦ କୋଟି
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ୨୧୦ କୋଟି
କଫି ମିଶନ ପାଇଁ୧୨୬ କୋଟି ଟଙ୍କା
ମିଶନ ଶକ୍ତି ସ୍କୁଟସ୍କୁର ଯୋଜନା ପାଇଁ୫୦ କୋଟି ଏହି ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩ ସଦସ୍ୟଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଦିଆଯିବ।
ଓଡ଼ିଶା ଅକ୍ଷୟ ଶକ୍ତି ବିକା ବି ଶ ପାଣ୍ଠି ପାଇଁ୫୦ କୋଟି
ନୂତନ ଉନ୍ନତ ଅଭିଳାଷ ଯୋଜନା ପାଇଁ୧୦୦ କୋଟି
ଶକ୍ତି ସଂରକ୍ଷଣ ଯୋଜନା ପାଇଁ୨୫୦ କୋଟି
ବନ ସୁରକ୍ଷା ସମିତି (VSS) ପାଇଁ କୋଠା ନିର୍ମାଣ ନିମନ୍ତେ ୨୫୦ କୋଟି।
ଜିଲ୍ଲା ନିବେଶ ପ୍ରୋତ୍ସାହନ ସଂସ୍ଥା (DIPA)କୁ ଅନୁଦାନ ବାବଦରେ 15 କୋଟି ବ୍ୟୟ ବରାଦ କରାଯାଇଛି।

 

Get real time updates directly on you device, subscribe now.