fbpx

ଓଡିଶାରେ ମିଳିବ 5G ସେବା: ଭୁବନେଶ୍ୱର ସମେତ ଦେଶର ୧୩ ସହର ରହିଛି ଲିଷ୍ଟରେ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ଉପଲବ୍ଧ ହେବ ୫ଜି ସେବା । ଏ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଓଡିଶା ସମେତ ଦେଶର ମୋଟ ୧୩ଟି ସହରକୁ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ଏବେ ଓଡିଶାର ରାଜଧାନୀ ଭୁବନେଶ୍ୱର ମଧ୍ୟ ଏହି ତାଲିକାରେ ଏଣ୍ଟ୍ରି କରିଛି ।

ରାଜ୍ୟବାସୀଙ୍କ ପାଇଁ ଏକ ବଡ କୁସି ଖବର ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୫ଜି ସେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଏବଂ ଉତ୍ସାହକୁ ସେ ଆହୁରି ବଢାଇ ଦେଇଛନ୍ତି । ଏଣିକି ଓଡିଶାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାପରେ ରାଜ୍ୟବାସୀଙ୍କ ମନରେ ଏକ ଖୁସିର ଲହରୀ ଖେଳିଯାଇଛି । ତେବେ ଓଡିଶାର ସମସ୍ତ ସ୍ଥାନରେ ଗ୍ରାହକ ୫ଜି ସେବା ପାଇ ପାରିବେ ନାହିଁ । ରାଜଧାନୀ ଭୁବନେଶ୍ୱରରେ ଟେଲିଫୋନିକ ସୁବିଧା ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ପୂର୍ବରୁ ଦେଶର ମୋଟ ୧୩ଟି ସହରରେ ଏହି ୫ଜି ସେବା ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା । ଅହମ୍ମଦାବାଦ, ବେଙ୍ଗଲୁରୁ, ହାଇଦ୍ରାବାଦ, ଚେନ୍ନାଇ , କୋଲକାତା, ପୁନେ, ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଉପଲବ୍ଧ ହୋଇଥାନ୍ତା । ଏହାବ୍ୟତୀତ ଗୁରୁଗ୍ରାମ, ଗାନ୍ଧୀନଗର, ଜାମନଗର, ଲକ୍ଷେ୍ନø ଏବଂ ଚଣ୍ଡୀଗଡ ମଧ୍ୟ ଏହି ତାଲିକାରେ ରହିଥିଲେ । ଏହାପରେ ଏବେ ଓଡିଶାର ଭୁବନେଶ୍ୱରକୁ ମଧ୍ୟ ୫ଜି ସେବା ଯୋଗାଇ ଦିଆଯିବ ।

Get real time updates directly on you device, subscribe now.