ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି, ବୀମା କମ୍ପାନୀକୁ ସହଯୋଗ ପାଇଁ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ବର: ଅଦିନିଆ ବର୍ଷାରେ ଚାଷ ଉଜୁଡି ଯାଇଥିବା ବେଳେ ଚିନ୍ତାରେ ରହିଛି ଚାଷୀକୂଳ । କେତେକ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିଥିବା ମଧ୍ୟ ଜଣାପଡିଛି । ତେବେ ଏହାରି ଭିତରେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଘୋଷଣା କରାଯାଇଥିବା ବେଳେ ପଞ୍ଜିକରଣ କରିବା ପାଇଁ ମଧ୍ୟ କୁହାଯାଇଛି । ତେବେ ବର୍ତ୍ତକମାନ ବୀମା କମ୍ପାନୀମାନଙ୍କୁ ସହଯୋଗ ପାଇଁ ପରାମର୍ଶ ଦିଆଯାଇଛି ।

ଅଦିନିଆ ବର୍ଷାରେ କ୍ଷୟକ୍ଷତି ପାଇଁ ବୀମା କମ୍ପାନୀକୁ ସହଯୋଗ ପାଇଁ ପରାମର୍ଶ ଦିଆଯାଇଛି । ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନରେ ସହଯୋଗ କରିବା ପାଇଁ କୁହାଯାଇଛି । ଆଜି ବୀମା କମ୍ପାନୀମାନଙ୍କ ସହିତ କୃଷି ଭବନନରେ ରାଜ୍ୟ ସରକାରଙ୍କ ବୈଠକ କରାଯାଇଛି । ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟା ଅତିଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ।