ଓଡ଼ିଶାର ଏହି ସହର ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ ଡାକରା ହୋଇଛି । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ତୁରେଇକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସହ କଣ୍ଟାବାଞ୍ଜି ଏନଏସି ବନ୍ଦ ରହିବ । ଏହି ବନ୍ଦ ଡାକରାକୁ ଖପ୍ରାଖୋଲ ଓ ବେଲପଡ଼ା ବ୍ଲକରୁ ମଧ୍ୟ ସମର୍ଥନ ମିଳିଛି ।

ଏହା ପୂର୍ବରୁ ଗତ ୫ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଥିଲା କଣ୍ଟାବାଞ୍ଜି । ସକାଳୁ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ତେବେ ଏହି ବନ୍ଦ ଡାକରାରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଥିଲେ । ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତା ମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

କଣ୍ଟାବାଞ୍ଜିରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚକା ଯାମ କରାଯାଇଥିଲା । କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିବା ଫଳରେ ଶହ ଶହ ଗାଡି ମଧ୍ୟ ଅଟକି ରହିଥିଲା । ଏହି ଦାବିକୁ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଅନେକ ସ୍ୱେଚ୍ଛାସେବୀ ଏବଂ ସାମାଜିକ ସଂଗଠନ ନିଜର ସମର୍ଥନ ଜଣାଇଥିଲେ ।