fbpx

ଓଡ଼ିଶାର ଏହି ସହର ୧୨ ଘଣ୍ଟା ପାଇଁ ବନ୍ଦ ରହିବ: ଜାଣନ୍ତୁ କାହିଁକି

AAKASH

ଭୁବନେଶ୍ୱର: ମୟୂରଭଞ୍ଜର ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାମନଘାଟି ସବଡିଭିଜନ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟଳ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ ।

ଏହି ବନ୍ଦ ଡାକରା ଯୋଗୁଁ ଦୋକାନ, ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହେଉଛି । ରାଇରଙ୍ଗପୁର ମ୍ୟୁନିସିପାଲଟି ସହ ୭ଟି ବ୍ଲକରେ ବନ୍ଦ ପାଳନ ହେଉଛି । ସମସ୍ତ ସରକାରୀ, ବେସରକାରୀ ଅଫିସ ଓ ଗାଡ଼ି ଚଳାଚଳ ଠପ୍ ହୋଇଛି ।

Get real time updates directly on you device, subscribe now.