fbpx
BSKY
BJD MC SKY
BJD YOUTH SKY

ଟ୍ୱିଟରର ଦାବି: ବିବିସି ସରକାରୀ ଟଙ୍କାରେ ଚଳୁଥିବା ଏକ ମିଡିଆ, ସମସ୍ତ ହ୍ୟାଣ୍ଡେଲକୁ ଦେଲେ ସୁନେଲି ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ନିଜ ପଲିସି ଦ୍ୱାରା ବିବିସିକୁ ସରକାରୀ ମିଡିଆ କହି ସୁନେଲି ରଙ୍ଗର ଟିକ୍ ଦେଇଛନ୍ତି । ୨୨ ଲକ୍ଷ ଫଲୋର୍ସ ବିଶିଷ୍ଟ ବିବିସି, ଟ୍ୱିଟର ହ୍ୟାଣ୍ଟେଲରେ ସରକାର ଅର୍ଥରେ ଚାଲୁଥିବା ମିଡିଆ ଲେଖିଥିବା ନଜର ଆସିଛି । ବିବିସି ଏନେଇ ବିରୋଧ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଏହି ଲେଖାକୁ ତୁରନ୍ତ ହଟାଇବା ପାଇଁ ବିବିସି ଟ୍ୱିଟର ସହ କଥା ହେଉଛି ।

ବିବିସି ନିଜର ବୟାନ ଦେଇ ଜାରି କରିଛନ୍ତି ଯେ, ଆମେ ଏହି ପ୍ରସଙ୍ଗକୁ ଖୁବଶୀଘ୍ର ଟ୍ୱିଟରରୁ ହଟାଇବା ପାଇଁ କଥା ହେଉଛୁ । ବିବିସି ସ୍ୱତନ୍ତ୍ର ଅଟେ ଏବଂ ସର୍ବଦା ସ୍ୱତନ୍ତ୍ର ରହିବ ମଧ୍ୟ । ଆମେ ବ୍ରିଟିସ୍ ଜନତା ଦ୍ୱାରା ଲାଇସେନ୍ସ ଶୁଳ୍କର ମାଧ୍ୟମରେ ଚଳୁଛୁ । ୧୯୨୭ ମସିହା ପରେ ବିସିିସି ୟୁକେ ସରକାରଙ୍କ ସହ ସହମତିରେ ଏକ ରୟାଲ ଚାର୍ଟରର ମାଧ୍ୟମରେ ନିଜ କମ୍ପାନୀକୁ ଚଳାଉଛି । ଚାର୍ଟର ଅନୁସାରେ, ବିବିସିକୁ ସମ୍ପାଦକୀୟ ଏବଂ ଅନ୍ୟ ସଂପାଦକୀୟ ନିର୍ଣ୍ଣୟ ପାଇଁ ସ୍ୱତନ୍ତ୍ର ହେବା ଆବଶ୍ୟକ ।

ବିବିସି ବ୍ୟତୀତ ଆମେରିକାର ନେସନାଲ ପବ୍ଲିକ ରେଡିଓ ସହ ମଧ୍ୟ ଟ୍ୱିଟର ଏପରି କରିଛି । ୟୁଏସ ପବ୍ଲିକ୍ ବ୍ରଡକାଷ୍ଟରଙ୍କୁ ସରକାରଙ୍କ ସହ ସମ୍ବନ୍ଧ ରଖିବା ପାଇଁ ମିଡିଆ ରହିଛନ୍ତି । ଏହାଛଡା ରୁଷର ଆରଟି ଏବଂ ଚୀନର ସିନହୁଆ ନ୍ୟୁଜକୁ ମଧ୍ୟ ଏହି କାଟାଗୋରୀରେ ରଖାଯାଇଛି ।

Get real time updates directly on you device, subscribe now.