fbpx

ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଗତକାଲି ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ । ରାଜ୍ୟରେ ଫୋନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଭଳି ନହୋଇଥିଲେ ମଧ୍ୟ ଅଳ୍ପ କ୍ଷୟକ୍ଷତି ହୋଇଛି । ରାଜ୍ୟର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବାତ୍ୟା ଅମ୍ଫନର ପ୍ରଭାବ ବେଶି ପଡ଼ିଥିଲା ଓ ସେଠାରେ କ୍ଷୟକ୍ଷତି ମଧ୍ୟ ହୋଇଛି । ତେଣୁ ଆଜି ଆକାଶ ମାର୍ଗରୁ ରାଜ୍ୟରେ କ୍ଷୟକ୍ଷତି ଓ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସ୍ଥିତି ଅନୁଧ୍ୟାନ ପରେ ଫସଲର ବ୍ୟାପକ କ୍ଷୟକ୍ଷତି ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଭିତ୍ତିଭୂମି କାର୍ଯ୍ୟ ତ୍ୱରିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କାଲି ସକାଳ ସୁଦ୍ଧା ସଡ଼କ ଯୋଗାଯୋଗ ସ୍ୱାଭିବିକ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ସେହିପରି ସେସୁ ଅଧିନରେ ଥିବା ବିଦ୍ୟୁତ ଯୋଗାଣ ୨୪ଘଣ୍ଟାରେ ଓ ନେସ୍କୋ ଅଧିନରେ ଥିବା ବିଦ୍ୟୁତ ଯୋଗାଣ ୭୨ଘଣ୍ଟାରେ ସ୍ୱାଭାବିକ କରିବାକୁ କୁହାଯାଇଛି । ୩ଦିନ ଭିତରେ ଫସଲ ଓ ସପ୍ତାହକ ଭିତରେ ଘର ଭଙ୍ଗା କ୍ଷୟକ୍ଷତିର ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ ବାତ୍ୟାରେ ୮୯ଟି ବ୍ଲକର ୧୫୦୦ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ୧୫୦୦ ଗ୍ରାମପଞ୍ଚାୟତର ୪୪ଲକ୍ଷ ୮୦ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.