fbpx

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିମାନବନ୍ଦରରେ ସୁରକ୍ଷା ବୈଠକ ହୋଇଛି । ସୁରକ୍ଷା ସମୀକ୍ଷା କରିଛନ୍ତି ପୋଲିସ କମିସନର ଓ ଗୁଇନ୍ଦା ନିର୍ଦ୍ଦେଶକ । ଓଡ଼ିଶା ଆସି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ସେହି ସବୁ ଜିଲ୍ଲା ପ୍ରଧାନମନ୍ତ୍ରୀ ମୋଦି ପରିଦର୍ଶନ କରିପାରନ୍ତି ବୋଲି ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ବାତ୍ୟା ଅମ୍ଫନର ପ୍ରଭାବ ପଡ଼ିଛି । ସେଠାକୁ ମଧ୍ୟ ପ୍ରଧାନମନ୍ତ୍ରୀ ବାତ୍ୟା ସ୍ଥତି ଅନୁଧ୍ୟାନ କରିବାକୁ ଯାଇପାରନ୍ତି ।

Get real time updates directly on you device, subscribe now.