fbpx

ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଗତକାଲି ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ ଯୋଗୁଁ ପଶ୍ଚିମବଙ୍ଗରେ ଧନଜୀବନ ହାନୀ ସହ ବହୁ କ୍ଷୟକ୍ଷତି ଘଟିଛି ।ତେଣୁ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ପଶ୍ଚିମବଙ୍ଗ ସହ ଯୋଗାଯୋଗ ରଖି ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗରେ ଧନଜୀବନ ହାନି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି । ଏହାସହ ସଙ୍କଟ ସମୟରେ ପଶ୍ଚିମବଙ୍ଗ ସହ ଓଡ଼ିଶାବାସୀ ଅଛନ୍ତି ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.