-
World 99,857,603
WorldConfirmed: 99,857,603Active: 25,856,284Recovered: 71,860,551Death: 2,140,768 -
USA 25,704,372
USAConfirmed: 25,704,372Active: 9,864,410Recovered: 15,410,456Death: 429,506 -
India 10,672,035
IndiaConfirmed: 10,672,035Active: 183,660Recovered: 10,334,850Death: 153,525 -
Brazil 8,844,600
BrazilConfirmed: 8,844,600Active: 973,749Recovered: 7,653,770Death: 217,081 -
Russia 3,738,690
RussiaConfirmed: 3,738,690Active: 518,009Recovered: 3,150,763Death: 69,918 -
UK 3,647,463
UKConfirmed: 3,647,463Active: 1,918,124Recovered: 1,631,400Death: 97,939 -
Italy 2,466,813
ItalyConfirmed: 2,466,813Active: 499,278Recovered: 1,882,074Death: 85,461 -
Turkey 2,429,605
TurkeyConfirmed: 2,429,605Active: 96,811Recovered: 2,307,721Death: 25,073 -
Germany 2,149,223
GermanyConfirmed: 2,149,223Active: 272,860Recovered: 1,823,500Death: 52,863 -
Pakistan 534,041
PakistanConfirmed: 534,041Active: 33,820Recovered: 488,903Death: 11,318 -
China 89,115
ChinaConfirmed: 89,115Active: 1,849Recovered: 82,631Death: 4,635
କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଧନ ଯୋଜନା ବା PMVVYର ଅବଧି ୩ ବର୍ଷ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହା ପୂର୍ବରୁ ଏହି ଯୋଜନାର ଅବଧି ୩୧ ମାର୍ଚ୍ଚ ୨୦୨୦ରେ ସମାପ୍ତ ହୋଇଥିଲା । କିନ୍ତୁ ମଞ୍ଜୁରୀ ପରେ ଏହାର ଅବଧି ବଢିଯାଇଛି । ଏହି ଯୋଜନାରେ ବୟସ୍କ ଲୋକଙ୍କ ପାଇଁ ଏକ ଯୋଜନା ରହିଛି, ଯାହା ଅଧୀନରେ ମାସିକ ପେନସନର ବିକଳ୍ପ ଉପଲବ୍ଧ ରହିବ । ବରିଷ୍ଠ ନାଗରିକମାନେ ୧୦ ବର୍ଷ ପାଇଁ ନିର୍ଦ୍ଦିଷ୍ଟ ହାରରେ ଏକ ସୁନିଶ୍ଚିତ ପେନସନ୍ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ଆପଣ କିପରି ଉଠାଇବେ..
ଏହି ଯୋଜନାରେ ଆପଣଙ୍କୁ ୧ ଲକ୍ଷ ଟଙ୍କା ଏକାଥରକେ ଜମା କରିବାକୁ ପଡିବ । ଏହାର ପରିମାଣ ଅତିକମରେ ୧.୫୦ ଲକ୍ଷ ବା ସର୍ବାଧିକ ୧୫ ଲକ୍ଷ ଟଙ୍କା ହୋଇପାରେ । ପିଏମଭିଭିୱାଇ ଅଧୀନରେ ଆପଣ ଜମା ରାଶି ଉପରେ ବାର୍ଷିକ ୮ରୁ ୮.୩୦ ପ୍ରତିଶତ ରିର୍ଟନ ପାଇବେ । ସୁଧ ହାର ଆପଣ ମାସିକ, ୩ ମାସିକ, ଅଦ୍ଧ ବାର୍ଷିକ ବା ବାର୍ଷିକ ହିସାବରେ ପାଇବେ, ତାହା ଆପଣଙ୍କ ଉପରେ ନିର୍ଭର କରେ । ପ୍ରତ୍ୟେକ ମାସରେ ପେନସନଭୋଗୀମାନେ ୮% ସୁଧ ପାଇବେ । ଏହି କ୍ରମରେ ସେମାନେ ବାର୍ଷିକ ୮.୩୦% ପେନସନ୍ ପାଇବେ । ଏହି ଯୋଜନାର ଲାଭ କେବଳ ୬୦ ବର୍ଷ ବା ତାଠାରୁ ଅଧିକ ବୟସର ଲୋକ ଉଠାଇପାରିବେ ।
କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ । ଉଭୟ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଯଦି ଆପଣ ଅନଲାଇନରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏଲଆଇସିର ୱେବସାଇଟକୁ ଯାଇ ଆବେଦନ କରିପାରିବେ ଏବଂ ଯଦି ଅଫଲାଇନରେ ଆବେଦନ କରିବାକୁ ଚାହାନ୍ତି, ତେବେ ଏଲଆଇସିର କୌଣସି ଶାଖା କାର୍ଯ୍ୟାଳୟକୁ ଯାଇ ଫର୍ମ ଯୋଗେ ଆବେଦନ କରିପାରିବେ। ବରିଷ୍ଠ ନାଗରିକମାନେ ମଧ୍ୟ ଏହି ଯୋଜନାରେ ଅନଲାଇନରେ ବିନିଯୋଗ କରିପାରିବେ ।
Comments are closed.