fbpx

ମଇ ମାସରେ ଓଡ଼ିଶାରେ ସଂଗ୍ରହ ହେଲା ୪୩୯୮ କୋଟି ଟଙ୍କା ଜିଏସଟି

ଭୁବନେଶ୍ୱର: ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡିଶା ଚଳିତ ବର୍ଷ ମଇ ମାସରେ ୧୧.୧୭% ଅଭିବୃଦ୍ଧି ହାସଲ କରି ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି। ଗତବର୍ଷ ମଇ ମାସରେ ଏହି ସଂଗ୍ରହ ୩୯୫୫.୭୫ କୋଟି ଟଙ୍କା ଥିଲା। ଚଳିତ ବର୍ଷ ମଇ ମାସ ସୁଦ୍ଧା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଛି। ଗତ ବର୍ଷ ଏହି ସମୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା।

ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ରାଜ୍ୟ ପାଇଥିବା ସାମଗ୍ରିକ ଜିଏସଟି ସଂଗ୍ରହ ୪୦୩୪.୯୪ କୋଟି ଟଙ୍କା ହୋଇଛି। ଏଥିରେ ଅଭିବୃଦ୍ଧି ହାର ୩୬.୦୩ % ରହିଛି। ଜିଏସଟି, ଭାଟ, ପ୍ରବେଶ ଶୁଳ୍କ, ବୃତ୍ତିଗତ କର ଅଧିନରେ ଚଳିତ ମଇ ମାସରେ ମୋଟ ୨୭୧୧.୦୪ କୋଟି ଟଙ୍କା ସଂଗୃହୀତ ହୋଇଛି ଯାହା ଗତ ବର୍ଷ ମଇ ମାସରେ ଥିଲା ୨୩୧୧.୭୮ କୋଟି।

Image

Get real time updates directly on you device, subscribe now.