fbpx

ହାତରେ ଭାଗବତ ଗୀତା ଏବଂ ମୁହଁରେ ଚମକ, ଆଇପିଏଲ ଜିତିବା ପରେ ଧୋନୀଙ୍କର ଭାଇରାଲ ହେଉଛି ଏହି ଫଟୋ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ ଆଇପିଏଲ ୨୦୨୩ର ଟାଇଟଲ ଜିତିଛି । ଗତ ସୋମବାର ଦିନ ରିଜର୍ଭ ଡେ’ରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ, ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ବିଜୟ ହାସଲ କରିଛି । ଚେନ୍ନାଇ ନିଜ ଶେଷ ବଲରେ ଜିତିଥିଲା । ଏହା ଚେନ୍ନାଇ ସହିତ ଧୋନୀଙ୍କର ୫ମ ଆଇପିଏଲ ଟାଇଟଲ । ୨୦୧୯ରେ ଅନ୍ତର୍ଜାତୀୟ ମ୍ୟାଚରେ ଶେଷ ଥର ଖେଳିଥିବା ଧୋନୀ, ଆଣ୍ଠୁରେ ଆଘାତ ଲାଗିବା ସତ୍ତେ୍ୱ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।

ସୂଚନା ଅନୁଯାୟୀ, ମହେନ୍ଦ୍ର ସିଂ ଧୋନୀ ଆଘାତର ସର୍ଜରୀ କରିବା ପାଇଁ ମୁମ୍ବାଇ ସ୍ଥିତ କୋକିଲା ବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାରି ମଧ୍ୟରେ ଧୋନୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏଥିରେ ଧୋନୀ ନିଜ ହାତରେ ଶ୍ରୀଭାଗବତ ଗୀତା ଧରିଛନ୍ତି । କାରରେ ସେ ବସି ଫଟୋଗ୍ରାଫରଙ୍କୁ ଗୀତା ଦେଖାଇ ହସୁଥିବାର ଦେଖାଯାଉଛନ୍ତି ।
ଆସନ୍ତା ଆଇପିଏଲ ସିଜନରେ ଖେଳିବେ କି?

ଆଇପିଏଲ ୨୦୨୩ ପରେ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରୁ ସନ୍ୟାସ ନେବା ପାଇଁ ଘୋଷଣା କରିପାରନ୍ତି । ହେଲେ ଏବେ ଯାଏ ତାହା ଜଣାପଡିନାହିଁ । ଚେନ୍ନାଇ ସୁପର କିଙ୍ଗସ ଚାମ୍ପିୟନ ହେବା ପରେ ଧୋନୀ କହିଛନ୍ତି ଯେ, ମୁଁ ଆଉ ଗୋଟେ ମ୍ୟାଚ ପାଇଁ ଖେଳିବାକୁ ଚେଷ୍ଟା କରିବି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଖେଳିବେ କି ନାହିଁ ତାହା ନିଶ୍ଚିତ ହୋଇନାହିଁ । କାରଣ ଧୋନୀ ନିଜେ କହିଛନ୍ତି, ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ ।

Get real time updates directly on you device, subscribe now.