fbpx
BJD SKY
BJD SKY

ବିଜେଡି-ବିଜେପି ସମ୍ପର୍କ ନେଇ କଂଗ୍ରେସର ଅନ୍ନପ୍ରାଶନ ଉତ୍ସବ, ଆଜି ପୁଣି ଚାଲିବ ହାଇଡ୍ରାମା

BJD

ଓଡ଼ିଶା ଭାସ୍କର: ଗୋଟିଏ ପଟେ ମେଣ୍ଟ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ନିଜକୁ ଦୂରେଇ ରଖୁଥିବା ବେଳେ ଅନ୍ୟପଟେ ଏବେ ବି କେଉଁଠି ନାଁ କେଉଁଠି ସସ୍ପେନ୍ସ ଲାଗି ରହିଛି। ଆଉ ଏହା ମଧ୍ୟରେ ଉଭୟ ବିଜେଡି ଓ ବିଜେପିକୁ ମଳିନ କରିବାକୁ ଚେଷ୍ଟା କରୁଛି କଂଗ୍ରେସ। ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ସୁସମ୍ପର୍କ ରହିଛି ଓ ଉଭୟ ମିଳିମିଶି ରାଜ୍ୟକୁ ଲୁଟୁଥିବା କଂଗ୍ରେସ ଅଭିଯୋଗ କରୁଛି। ତେବେ ଏନେଇ ବିଜେଡି ଓ ବିଜେପି ମଧ୍ୟରେ ମିଛ ବାହାଘର କରିଥିବା କଂଗ୍ରେସ ପୁଣିଥରେ ଉଭୟଙ୍କ ସମ୍ପର୍କକୁ ନେଇ ଅନ୍ନପ୍ରାଶନ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର କଂଗ୍ରେସ ଭବନ ପରିସରରେ ହିନ୍ଦୁ ରୀତିନୀତିରେ ଏହି ଅନ୍ନପ୍ରାଶନ କାର୍ଯ୍ୟକ୍ରମ ହେବ। ଏଥିରେ ବିଜେଡି ଓ ବିଜେପି ସମ୍ପର୍କରେ ଜନ୍ମ ନେଇଥିବା ପିଲାଙ୍କ ନାମକରଣ କରାଯିବ ବୋଲି ଦଳ ସୂଚନା ଦେଇଛି। ତେବେ ଏହି ଅନ୍ନପ୍ରାଶନ ଉତ୍ସବ ଅପରାହ୍ନ ୨ଟାରେ ହେବ ବୋଲି ପିସିସି ସୋସିଆଲ ମିଡିଆ ମୁଖ୍ୟ ଅମୀୟ ପାଣ୍ଡବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

 

Get real time updates directly on you device, subscribe now.