fbpx

Dwarka Expressway ଲୋକର୍ପଣ କରିବେ PM ମୋଦୀ: ଦିଲ୍ଲୀବାସୀଙ୍କ ପାଇଁ ବଡ଼ ଉପହାର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଉପହାର ଭେଟି ଦେବାକୁ ଯାଉଛନ୍ତି । ଆଜି ଦ୍ୱାରକା ଏକ୍ସପ୍ରେସୱେର ଏକ ଅଂଶକୁ ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଦିଲ୍ଲୀ ସୀମାରୁ ଆରମ୍ଭ ହୋଇ ହରିୟାଣାରେ ଦିଲ୍ଲୀ-ଜୟପୁର ନେସନାଲ ହାଇୱେ ସ୍ଥିତ ଖେଡ଼କୀଦୌଲା ଟୋଲ ପ୍ଲାଜା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ପାଇଁ ଅନୁମତି ମିଳିପାରିବ । ଦ୍ୱାରକା ଏକ୍ସପ୍ରେସୱେର ପ୍ରାୟ ୧୯ କି.ମି. ରାସ୍ତାରେ ଏବେ ଯାତାୟତ ଆରମ୍ଭ ହେବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଦିଲ୍ଲୀ ସୀମା ଭିତରେ ଏକ୍ସପ୍ରେସୱେର ନିର୍ମାଣାଧୀନ ୧୦ କି.ମି ଅଂଶ ନିରୀକ୍ଷଣ ମଧ୍ୟ କରିବେ । ନେସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି । ନିରୀକ୍ଷଣ ସମୟରେ ନିର୍ମାରାଧୀନ ଅଂଶରେ କାମ ବନ୍ଦ ରହିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସହ ଆଲୋଚନା ମଧ୍ୟ କରିପାରନ୍ତି । ୨୯ କି.ମି ଲମ୍ବା ୮ ଲେନ୍ ବିଶିଷ୍ଟ ଏହି ଦ୍ୱାରକା ଏକ୍ସପ୍ରେସୱେର ଦିଲ୍ଲୀ ସୀମାରୁ ଖେଡ଼କୀ ଟୋଲ ପର୍ଯ୍ୟନ୍ତ ପ୍ୟାକେଜ ୩ ଏବଂ ୪ ର କାର୍ଯ୍ୟ ଶେଷ ହୋଇଥିବା ନେଇ କହିଛନ୍ତି ଏନଏଚଏଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଏକ୍ସପ୍ରେସୱେ ଉଦଘାଟନ ଉତ୍ସବରେ ନିଜ କୋହକୁ ରୋକି ପାରିନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ବ୍ରିଜ ସହ ଦିଲ୍ଲୀ-ଜୟପୁର ଯାତାୟତ କରୁଥିବା ଲୋକଙ୍କୁ ଏବେ ଆଉ ଗୁରୁଗ୍ରମ ଯିବାକୁ ପଡ଼ିବ ନାହିଁ । ତେବେ ଏକ୍ସପ୍ରେସୱେର ପ୍ୟାକେଜ(୧ ଏବଂ ୨) ନିର୍ମାଣକାର୍ଯ୍ୟ ଶେଷ ହେବା ପରେ ଦିଲ୍ଲୀବାସୀ ଏହାର ଫାଇଦା ମିଳିପାରିବ ।

Get real time updates directly on you device, subscribe now.