fbpx

ପେନସନ୍ ପାଇଁ ଟ୍ରଲିରେ ବୁହାହୋଇ ବ୍ୟାଙ୍କ ଆସିଲେ ୯୫ ବର୍ଷିୟ ବୃଦ୍ଧ ମହିଳା

ଗଜପତି: ବଳ ବୟସ ଗଲାଣି, ୯୫ ବର୍ଷ ବୟସରେ କେମିତି ବା ଏତେ ଦୂର ଯିବେ ଭତ୍ତା ଟଙ୍କା ଆଣିବାକୁ ? ତାଙ୍କ ଅଭାବରୁ ଝିଅ ଟ୍ରଲି ମାଙ୍କୁ ନେଇ ବ୍ୟାଙ୍କ ଗଲେ ଯେ, କିଛି ସୁଫଳ ମିଳିଲାନାହିଁ। ବ୍ୟାଙ୍କ କର୍ମଚାରୀ ପାଟି କରି ତଡ଼ିଦେଲେ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ।

ମହିଳା(ଲବଙ୍ଗ ଗୟା) ଜଣଙ୍କ ପରିବାରରେ ଗାଡ଼ି ନଥିବାରୁ ନଥିବାରୁ ସମୋନଙ୍କୁ କିମ୍ବା ଭଡ଼ାରେ ଗାଡ଼ି କରି ଆଣିବାକୁ ସକ୍ଷମ ନହେବାରୁ ବାଧ୍ୟ ହୋଇ ମାସିକ ଭତ୍ତା ଟଙ୍କାକୁ ନେବା ପାଇଁ ମା’ଙ୍କୁ ଟ୍ରଲି ବୋହି ବ୍ୟାଙ୍କ୍‌କୁ ଆଣିଥିଲେ। କିନ୍ତୁ ସେଠାରୁ କିଛି ସୁଫଳ ମିଳିଲା ନାହିଁ । କିଛି ସମୟ ମଧ୍ୟରେ ଏହି ଖବର ସମ୍ପୃକ୍ତ ଅଞ୍ଚଳରେ ଖେଳି ଯାଇଥିଲା। ଘଟଣା ସମ୍ପର୍କରେ ବୃଦ୍ଧ ଲବଙ୍ଗ ଗୟାଙ୍କ ଝିଅ ଘଟଣାକୁ ବର୍ଣ୍ଣନା କରି କହିଛନ୍ତି ଯେ, ସେ ଜଣେ ଅଧିକାରୀଙ୍କୁ ତାଙ୍କର ଅସୁବିଧା ସମ୍ପର୍କରେ କହିଥିଲେ, କିନ୍ତୁ ଅଧିକାରୀ ଜଣକ ତାଙ୍କର କଥା ଶୁଣିବା ବଦଳରେ ତାଙ୍କୁ ମୁନିସିପାଲିଟି ଅଫିସ ଯିବାକୁ କହିଥିଲେ । ଏହି ପରିଣତ ବୟସରେ ତାଙ୍କର ମା ମୁନିସିପାଲିଟି ଅଫିସ ଯାଇ ପେନସନ୍ ଟଙ୍କା ତକ ଗ୍ରହଣ କରିବାକୁ ସକ୍ଷମ ହେଉନଥିବା ବେଳେ କୌଣସି ଅଧିକାରୀ ତାଙ୍କ ପ୍ରତି ଟିକିଏ ଦୟା ଦେଖାଇ ନଥିବା ସେ କହିଛନ୍ତି ।

ତେବେ ଏହି ଘଟଣା ବିଷୟରେ ଯେତେବେଳେ ପାରଳାଖେମୁଣ୍ଡି ଯୋଗାଯୋଗ କରାଯାଇଥିଲା, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବନାମାଳି ଶତପଥୀ କହିଛନ୍ତି, “ମୁଁ ଏହି ଘଟଣା ବିଷୟରେ ଜାଣି ନାହିଁ । ମୁଁ ସମ୍ପୃକ୍ତ ଲୋକଙ୍କ ସହ କଥାବାର୍ତ୍ତା କରିବି ଏବଂ ଉପଯୁକ୍ତ ଅନୁସନ୍ଧାନ ପରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି । ”

Get real time updates directly on you device, subscribe now.