fbpx

Big Breaking; ଓଡ଼ିଶାକୁ ମିଳିଲେ ନୂଆ ରାଜ୍ୟପାଳ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କୁ ଓନିଶାର ଏକ ବଡ଼ ପଦବୀରେ ନିୟୋଜିତ କରାଯାଇଛି । ରାଷ୍ଟ୍ରପତି ଭବନରୁ ଏ ନେଇ ସୂଚନା ଜାରି କରାଯାଇଛି । ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ ରଘୁବର ଦାସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯିବ ।

ଓଡ଼ିଶାର ରାଜ୍ୟପାଳ ଭାବରେ ପ୍ରଫେସର ଗଣେଶୀଲାଲଙ୍କ ଅବଧି ସରିବା ପରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି । ତେବେ ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ ଏବେ ରଘୁବର ଦାସଙ୍କୁ ଓଡ଼ିଶା ନୂଆ ଗଭର୍ଣ୍ଣର ଭାବରେ ପାଇଛି । ସେହିପରି ତ୍ରିପୁରାର ନୂଆ ରାଜ୍ୟପାଳ ଦାୟିତ୍ୱ ପାଇଛନ୍ତି ଇନ୍ଦସେନ ରେଡ୍ଡୀ ।

Get real time updates directly on you device, subscribe now.