fbpx

ପ୍ରଜ୍ଞାପନ ମେଢରେ ସାରା ଦେଶରେ ଓଡିଶା ଦ୍ୱିତୀୟ

ନୂଆଦିଲ୍ଲୀ,୨୮ ।୧: ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ସଫଳତା ପାଇଲା ଓଡିଶା । ପ୍ରଜ୍ଞାପନ ମେଢରେ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଲାଭ କଲା ଓଡିଶା । ପ୍ରଜ୍ଞାପନ ମେଢ ଭାବେ ଓଡିଶା ପ୍ରସ୍ତୁତ କରିଥିଲା ‘ରୁକୁଣା ରଥ’ ।

ଆସାମର ମେଢ଼ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶା ସହ ଉତ୍ତର ପ୍ରଦେଶର ମେଢ଼ ଉଭୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଉ ଏଥିପାଇଁ ରାଜଧାନୀ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରସ୍କାର ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.