fbpx

ଆଉ ୪ ଅଧିକାରୀଙ୍କୁ ଓଡିଶା ସରକାରଙ୍କ ଛାଟ, କାହାର ପେନସନ ବନ୍ଦ ତ ଆଉ କାହାର ଗଲା ଚାକିରି

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ଦୁର୍ନୀତିଖୋର ଓ ଅପାରଗତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଶୂନ୍ୟ ସହିଷ୍ଣୁତା ନୀତି ଆଧାରରେ ଆଉ ୪ ଅଧିକାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୨ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଚାକିରିରୁ ବରଖାସ୍ତ ହୋଇଛନ୍ତି । ସେହିପରି ଆଠମଲ୍ଲିକର ଷ୍ଟାଟିଷ୍ଟିକାଲ ଆସିଟାଣ୍ଟ ବସନ୍ତ ସାହୁ ଚାକିରିରୁ ବରଖାସ୍ତ ହୋଇଛନ୍ତି ।

ଅନ୍ୟ ୨ ସରକାରୀ ଅଧିକାରୀଙ୍କ ପେନସନ ବନ୍ଦ କରାଯାଇଛି । ଭୁବନେଶ୍ୱର ବିଇଡିର ପୂର୍ବତନ ଡିଜିଏମ ଦାମୋଦର ଦାସଙ୍କ ପେନସନ ବନ୍ଦ ହୋଇଛି । ଏହା ସହ ପୂର୍ବତନ ଏସଆଇ ଜଗନ୍ନାଥ ରାଓଙ୍କ ପେନସନ ବନ୍ଦ ହୋଇଛି । ଏଯାଏଁ ମୋଟ ୧୧୭ ଜଣ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.