fbpx

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଡେରାଡୁନ,୨୨ ।୩: କରୋନା ମହାମାରୀକୁ ନେଇ ଆସିଛି ବଡ ଖବର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନାରେ ସଂକ୍ରମିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏ ସମ୍ପର୍କରେ ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ରାୱତ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ସେ ସୁସ୍ଥ ଅଛନ୍ତି । ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ସାହିଁ । ଡାକ୍ତରଙ୍କ ତତ୍ୱାବଧାନରେ ସେ ନିଜକୁ ଆଇସୋଲେଶନରେ ରଖିଛନ୍ତି । ଯେଉଁ ବ୍ୟକ୍ତିମାନେ ଗତ କିଛିଦିନ ଧରି ତାଙ୍କ ସହିତ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କତା ଅବଲମ୍ବନ କରି ନିଜର ପରୀକ୍ଷା କରାଇନେବାକୁ ରାୱତ ଟ୍ୱିଟ୍ରେ ଅନୁରୋଧ କରିଛନ୍ତି ।

ତେବେ ଉତ୍ତରାଖଣ୍ଡରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୩୭ଟି ମାମଲା ଆସିଥିବାରୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସତର୍କ ହୋଇଛନ୍ତି ।

Get real time updates directly on you device, subscribe now.