ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଚଳିତ ବର୍ଷ ସରକାର ଦେବେ 40 ହଜାର ଚାକିରି, ଫୋକସରେ ରହିବେ IT..

ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବେ ମୋହନ ସରକାର । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ପ୍ରି-ବଜେଟ୍ ସମୀକ୍ଷା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ 40 ହଜାର ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ବଜେଟ୍ ନେଇ ଆଲୋଚନା-  ପ୍ରି ବଜେଟ୍ ସରିବା ପରେ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଥିରେ ମୋହନ ମାଝୀ କହିଥିଲେ, ଫେବୃଆରୀ 17 ତାରିଖରେ ବଜେଟ୍ ପାଇଁ ଆଲୋନା ହେଲା ।

31 ତାରିଖ ଯାଏଁ ମତାମତ ଦେଇପାରିବେ- ପୂର୍ବତନ ଅର୍ଥ ମନ୍ତ୍ରୀ ଓ ଅର୍ଥ ବିଶେଷଜ୍ଞ ବଜେଟ ନେଇ ପରାମର୍ଶ ଦେଇଛନ୍ତି । ସଦସ୍ୟମାନେ ବହୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତେ ମତାମତ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ 40ହଜାରଙ୍କୁ ନିଯୁକ୍ତି- ଦେଢ଼ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ରଖିଥିଲେ । ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବେ ।  ବିଶେଷକରି IT, ପେଟ୍ରୋ କେମିକାଲ୍ସ, ଆଗ୍ରୋ ଇଣ୍ଡିଷ୍ଟ୍ରିକୁ ଗୁରୁତ୍ବ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

କହିରଖୁଛୁ କି, ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ଏହାରି ଭିତରେ ଫେବ୍ରୁଆରି ୧୭ ତାରିଖ ଦିନ ସାଧାରଣ ବଜେଟ୍‌ ଉପସ୍ଥାପନ କରାଯିବ । ତେବେ ଏହା ପୂର୍ବରୁ ଆଡି ପ୍ରି ବଜେଟ ବୈଠକ ବସିଥିଲା ।