fbpx
BSKY
BJD MC SKY
BJD MS SKY

IPS ପରେ IFS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଓଡିଶା ଭାସ୍କର; IPS ପରେ IFS ସ୍ତରରେ ଅଦଳବଦଳ କଲେ ସରକାର । ଗତକାଲି ସର୍ବଭାରତୀୟ ପୋଲିସ ସେବା (ଅଧିକାରୀ) ସ୍ତରରେ ଏକ ଅଦଳବଦଳ କରାଯାଇଥିବା ବେଳେ ଆଜି ଭାରତୀୟ ବନ ସେବା(ଅଧିକାରୀ) ସ୍ତରରେ ଅଦଳବଦଳ କରାଯାଇଛି । ଏନେଇ ବୁଧବାର ଅର୍ଥାତ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ଜାରି ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ସୂଚନା ଦିଆଯାଇଛି ଯେ, ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦଙ୍କୁ ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ (ପିସିସିଏଫ୍‌- ୱାଇଲ୍ଡ ଲାଇଫ୍‌) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ( ସିଏଡବ୍ଲ୍ୟୁଏଲ୍‌ଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସୂଚନା ଥାଉକି, ସୁଶୀଲ କୁମାର ପୋପଲି ମଙ୍ଗଳବାର ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା। ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଓ ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ (ଏଚ୍‌ଓଏଫ୍‌ଏଫ୍‌) ଭାବେ କାର୍ୟ୍ୟରତ ଶ୍ରୀ ନନ୍ଦଙ୍କୁ ସରକାର ପୁଣି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହା ସହ ସେ ଅତିରିକ୍ତ ଦାୟିତ୍ୱ ଭାବେ ସିଡିଏ ଓ ପିଡି ଆଇସିଜେଏମପି ଦାୟିତ୍ୱରେ ଅଛନ୍ତି।

ଗତକାଲି IPS ଅଧିକାରୀ ସ୍ତରରେ ଅଦଳବଦଳ ହୋଇଥିବା ବେଳେ କିଏ କେଉଁ ଦାୟିତ୍ୱ ପାଇଛନ୍ତି;-

  • ଅରୁଣ ରାୟ-ସରକାରୀ ପ୍ରେସ ନିର୍ଦ୍ଦେଶକ
  • ବ୍ରିଜେଶ ରାୟ-ଅତିରିକ୍ତ ପୋଲିସ କମିଶନର
  • ଅମୃତ ମୋହନ ପ୍ରସାଦ-ଜେଲ ବିଭାଗ ଡିଜି
  • ଲଳିତ ଦାସ-ଏଚଆରପିସି ଏଡିଜି
  • ଉମାଶଙ୍କର ଦାସ-ଡିଆଇଜି ଏସଆଇଡବ୍ଲ୍ୟୁ

Get real time updates directly on you device, subscribe now.