fbpx

ଓଡ଼ିଶା ସରକାର ବାହାର କଲେ ବମ୍ପର ନିଯୁକ୍ତି: ଆଜିଠୁ ଆରମ୍ଭ ଆବେଦନ, ଦରମା ୨୫,୩୦୦

ଭୁବନଶ୍ୱେର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସରକାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦବୀରେ ୯୪ ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଓଡିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି) ୱେବସାଇଟ୍ https://www.ossc.gov.in/ରେ ଏବେ ଏହି ପଦବୀ ଗୁଡ଼ିକ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

ନିଯୁକ୍ତି ବୀବରଣୀ: ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦବୀରେ ୯୪ ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

  • ଅଣସଂରକ୍ଷିତ ବର୍ଗ ପାଇଁ ୪୯(୧୬ମହିଳା) ଟି ପୋଷ୍ଟ।
  • ଏସ୍‌ଟି ବର୍ଗ ପାଇଁ ୧୮(୬ମହିଳା) ପୋଷ୍ଟ।
  • ଏସ୍‌ସି ବର୍ଗ ପାଇଁ ୧୧(୫ମହିଳା) ଟି ପୋଷ୍ଟ।
  • ଏସ୍‌ଇବିସି ବର୍ଗ ପାଇଁ ୧୧(୪ମହିଳା)ଟି ପୋଷ୍ଟ।

ଆବଶ୍ୟକତା ଶିକ୍ଷାଗତ ଯୋଗ୍ୟତା: ସ୍ନାତକ।

ବୟସ ସୀମା: ୧ ଜାନୁଆରୀ ୨୦୨୨ ସୁଦ୍ଧା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ । (ଏସ୍‌ଟି, ଏସ୍‌ସି, ଏସ୍‌ସିବିସିଙ୍କ ପାଇଁ ୫ ବର୍ଷ ରିହାତି)।

ଆବେଦନ ଶୁଳ୍କ ଏବଂ ଦରମା: ଆବେଦନ ପାଇଁ ସମସ୍ତ ବର୍ଗଙ୍କୁ କୌଣସି ଟଙ୍କା ଚାଲାଣ ରୁପେ ଦେବାକୁ ପଡିବ ନାହିଁ । ଏହି ଚାକିରି ପାଇଁ ସରକାର ୨୫ ହଜାର ୩୦୦ ଟଙ୍କା ଦରମା ପ୍ରଦାନ କରିବେ।

ପ୍ରାର୍ଥୀମାନଙ୍କୁ କିପରି ଚୟନ କରାଯିବ?
ପ୍ରଥମେ ପ୍ରଲିମିନାରୀ ପରୀକ୍ଷା। ମେନ୍ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ କରାଯିବ।

 

Get real time updates directly on you device, subscribe now.