fbpx

ରାଜଧାନୀ ରାସ୍ତାରେ ଗର୍ଜିବ କଂଗ୍ରେସ

ଭୁବନେଶ୍ୱର:ଦେଶରେ ଦରବୃଦ୍ଧି ,ବେକାରୀ ସମସ୍ୟା , ଜିଏସଟି ବୃଦ୍ଧି ପ୍ରସଙ୍ଗରେ ଆଜ ଦେଶ ବ୍ୟାପି ପ୍ରତିବାଦ କରିବ କଂଗ୍ରେସ । ଦେଶରେ ଦିନକୁ ଦିନ ଏହି ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ପଦକ୍ଷପ ନେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଆଜି କଂଗ୍ରେସ କର୍ମୀ ମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ । ଏହି ପ୍ରତିବାଦ ସାରା ଦେଶରେ କଂଗ୍ରେସ ଦଳ ପକ୍ଷରୁ କରାଯିବ ।

କଂଗ୍ରେସ ୱାର୍କିଂ କମିଟିର ବରିଷ୍ଠ ନେତା ମାନେ ପିଏମ ହାଉସ ଘେରୋ ରେ ଅଂଶ ଗ୍ରହଣ କରିବେ ଏବଂ ଲୋକସଭା ଏବଂ ରାଜ୍ୟ ସଭାର ସାଂସଦ ମାନେ ରାଷ୍ଟ୍ରପତି ଭବନ ଯିବାର ଆୟୋଜନ ରହିଛି ।
ତେବେ ଏହି ପ୍ରତିବାଦ ପୂର୍ବରୁ ରାହୁଲ କହିଛନ୍ତି ଯେ ଦେଶରେ ଏକ ଛତ୍ରବାଦୀ ଶାସନ ଚାଲିଛି । ଆଉ ଆମ ଆଖି ଆଗରେ ଆମ ଗଣତନ୍ତ୍ରର କିପରି ହତ୍ୟା କରାଯାଉଛି ତାହା ଦେଖୁଛୁ । ଆଉ ଏହା ବିରୁଦ୍ଧରେ ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ଗିରଫ କରାଯାଉଛି, ମାଡ ମରାଯାଉଛି ।

ଦିଲ୍ଲୀ ପୋଲିସ ଏହି ଘଟଣାକୁ ନେଇ ଅଧିକ ସଜାଗ ରହିଛ, ଟ୍ରାଫିକ ପୋଲିସ ଠାରୁ ଆରମ୍ଭ କରି କେଉଁ କେଉଁ ସ୍ଥାନରେ ସୁରକ୍ଷା କଡାକଡି କରାଯିବ ତାହା ପ୍ରତି ଦୃଷ୍ଟି ଦେଇଛନ୍ତି । ରାହୁଲ ଗାନ୍ଧୀ ୯.୩୦ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।ପଦଯାତ୍ରା ପୂର୍ବରୁ କଂଗ୍ରେସ ନେତାମାନେ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଏକାଠି ହୋଇଛନ୍ତି ।ସୂଚନାମୁତାବକ ମୂଲ୍ୟବୃଦ୍ଧି ପ୍ରସଙ୍ଗ ଏବଂ ଜିଏସଟି ବୃଦ୍ଧି ନେଇ କଂଗ୍ରେସ କ୍ରମାଗତ ଭାବେ ସଂସଦର ଭିତରେ ଏବଂ ବାହାରେ ବିକ୍ଷୋପ ପ୍ରଦର୍ଶନ କରୁଛନ୍ତି ।

Get real time updates directly on you device, subscribe now.