fbpx

(Video) ଓଲଟି ପଡ଼ିଥିବା ମାଲଗାଡ଼ି ଟ୍ରେନରେ ସେଲଫି ନେବାକୁ ଜମିଥିଲା ଭିଡ଼: କ୍ଷଣିକରେ ଜଳିଗଲେ ଯୁବକ

ବିହାର: ସେଲଫି ସାଜିଲା କାଳ । ମୋବାଇଲରେ ସେଲଫି ନେବା ଚକ୍କରରେ ଅନେକ ଦୁର୍ଘଟଣା ଘଟିଥିବା ଭିଡିଓ ତ ଆପଣମାନେ ଆଗରୁ ଦେଖିଥିବେ, କିନ୍ତୁ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣର ବି ଲୋମ ଟାଙ୍କୁରି ଯିବ । ବିହାର ନାଳନ୍ଦା ଜିଲ୍ଲାର ଏକଙ୍ଗରସରାୟ ରେଲୱେ ଷ୍ଟେସନ ନିକଟରେ ବୁଧବାର ଦିନ ଏକ ମାଲଗାଡ଼ିର ୯ଟି ଡବା ଟ୍ରାକରୁ ଓଲଟି ପଡ଼ିଥିଲା । ଏହି ସମୟରେ ଲୋକମାନେ ବେପରୁଆ ଭାବେ ଡବା ଉପରେ ଚଢ଼ି ଲୋକମାନେ ସେଲଫି ନେବାକୁ ଭିଡ଼ ଜମାଇଥିଲେ ।

କିନ୍ତୁ ଠିକ୍ ସେତିକି ବେଳେ ଉପରେ ଥିବା ହାଇ ଭୋଲଟେଜ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ୨ ଯୁବକ । ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯୁବକ ଜଣକ ମେଡିକାଲରେ ଜୀବନ ଓ ମୃତ୍ୟୁ ଭିତରେ ଲଢ଼େଇ କରୁଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ, ଝାଡଖଣ୍ଡରୁ ଆସୁଥିବା ଏକ କୋଇଲା ବୋଝେଇ ମାଲଗାଡ଼ି ଟ୍ରେନ୍ ଇସଲାମପୁର-ଫତୁହା ରେଳଖଣ୍ଡ ଦେଇ ଯାଉଥିଲା । ଏକଙ୍ଗରସରାୟ ଷ୍ଟେସନ ନିକଟରେ ମାଲଗାଡ଼ି ଟ୍ରେନର ୯ ଟି କୋଚ୍ ଟ୍ରାକରୁ ଖସିପଡିଥିଲେ । ଦୁର୍ଘଟଣାର କିଛି ସମୟ ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । କିଛି ଯୁବକ ବେପରୁଆ ଭାବେ କୋଚ ଉପରକୁ ଚଢ଼ି ସେଲଫି ନେବା ଆରମ୍ଭ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ଆଉ ଏକ ଦୁନିଆରେ ନାହାନ୍ତି । ମୃତକ ଜଣକ କୋସିୟାୱାନ ଗାଁର ୨୨ ବର୍ଷୀୟ ସୁରଜ କୁମାର ବୋଲି ଜଣାପଡିଛି ।

Get real time updates directly on you device, subscribe now.