fbpx
BSKY SKY
BSKY SKY

ଅଷ୍ଟମ ବେତନ ଆୟୋଗ ଆସିବ କି ନାହିଁ? ସ୍ପଷ୍ଟ କଲେ ମୋଦୀ ସରକାର

BSKY

ନୂଆଦିଲ୍ଲୀ: ଅନେକ ସମୟ ଧରି ସରକାରୀ ଚାକିରିଆ ମାନେ ଚାହିଁ ବସିଛନ୍ତି ଯେ, କେବେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଲାଗୁ କରିବେ। ଏହାକୁ ନେଇ ସମସୟ ସମୟରେ କିଛି ନା କିଛି ରିପୋର୍ଟ ଆସିବାରେ ଲାଗିଛି। ତେବେ ଏହଉା ଲାଗୁ ହେବ କିମ୍ବା ନାହିଁ ଏଗହାକୁ ନେଇ ଦ୍ୱନ୍ଦ ଲାଗୁ ରହିଥିଲା। ତେବ ମୋଦୀ ସରକାର ଏହା ସମ୍ବନ୍ଦରେ ଏକ ନୂଆ ଅପଡେଟ୍ ଦେଇଛନ୍ତି। ଏଥିରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଅଷ୍ଟମ ବେତନ କମିଶନ ଲାଗି ହେବ ନାହିଁ।

ସଂସଦରେ କେନ୍ଦ୍ର ସରକାର ଏହିପରି କୌଣସି ଦାବିକୁ ନିରାଧାର ବୋଲି କହିଛନ୍ତି। ଯେଉଁଥିରେ ବେତନ, ଭତ୍ତା ଏବଂ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପେନ୍‌ସନ୍‌ରେ ସଂଶୋଧନ ପାଇଁ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଆଣିବାକୁ କୁହାଯାଉଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ସଂସଦରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ସରକାରଙ୍କ ସହ ସେପରି କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଉ ନାହିଁ।

ତେବେ କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସମୟ ସମୟରେ ପେ ମ୍ୟାଟ୍ରିକ୍ସରେ ପରିବର୍ତ୍ତନ ହେବା ଉଚିତ ଏବଂ ଏଥିପାଇଁ ପରବର୍ତ୍ତୀ ଦେୟ ଆୟୋଗର କୌଣସି ଆବଶ୍ୟକତା ନାହିଁ। ଏଭଳି ପରିସ୍ଥିତିରେ, ଆକ୍ରୋଏଡ୍ ଫର୍ମୁଲା ଆଧାରରେ ଏହାର ସମୀକ୍ଷା ଏବଂ ସଂଶୋଧନ କରାଯାଇପାରିବ, ଯାହା ସାଧାରଣ ଲୋକଙ୍କ ଦ୍ୱାରା ଆବଶ୍ୟକ ସାମଗ୍ରୀର ମୂଲ୍ୟକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ଆଣିପାରେ। ବଢୁଥିବା ଦରଦାମ ଦେଖି ଆଶା କରାଯାଉଥିଲା ଯେ, ଅଗଷ୍ଟ ମାସ ଆରମ୍ଭରେ କେନ୍ଦ୍ର ସରକାର ମହଙ୍ଗା ଭର୍ତ୍ତା(ଡିଏ) ଏବଂ ଡିଆର୍ ବୃଦ୍ଧି କରି ପାରନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଯଦି କେନ୍ଦ୍ର ସରକାର ଡିଏ ବୃଦ୍ଧି କରନ୍ତି ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଜୋରଦାର ବୃଦ୍ଧି ହୋଇପାରେ।

Get real time updates directly on you device, subscribe now.