fbpx

କମ୍ପିଟେଟିଭ୍ ପରୀକ୍ଷା ପାଇଁ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ହେବେ ତୟାର: ଅନଏକାଡେମୀ ସହିତ ଚୁକ୍ତି କଲା ଶିକ୍ଷା ବିଭାଗ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅନଲାଇନ ଶିକ୍ଷା ପ୍ରଦାନ କରୁଥିବା ପ୍ଲାଟଫର୍ମ ଅନଏକାଡେମୀ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି ଅନଏକାଡେମୀ । ଏହି ଚୁକ୍ତି ଅନୁଯାୟୀ ଏଣିକି ଅନଏକାଡେମୀ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରିବ । ୩ ବର୍ଷ ପାଇଁ ଅନଏକାଡେମୀ ସହିତ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ଅନୁଯାୟୀ ଆସନ୍ତା ୩ ବର୍ଷ ମଧ୍ୟରେ ୩ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ମିଳିବ ।
୬ ମାସର ଏହି କୋର୍ସ ରହୁଥିବା ବେଳେ ପ୍ରତି ୬ ମାସକୁ ଥରେ ହିିସାବରେ ବର୍ଷକରେ ଦୁଇଟି ବ୍ୟାଚକୁ ପାଠ ପଢାଯିବ । ସାଇନ୍ସ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ବ୍ୟାଚ୍ ଏବଂ ଅନ୍ୟାନ୍ୟ ଷ୍ଟ୍ରିମର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ବ୍ୟାଚର କ୍ଲାସ କରାଯିବ । ଆଇଆଇଟି-ଜେଇଇ ଏବଂ ନିଟ୍ ପାଇଁ ୨୦୦ ଏବଂ ପ୍ରତିରକ୍ଷା, ସିଏ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ୩୦୦ ପିଲାଙ୍କୁ ପ୍ରଶିକ୍ଷଣ ମିଳିବ ।

Get real time updates directly on you device, subscribe now.