fbpx

କପିଲ ଶର୍ମାଙ୍କ ସୁଟିଂ ସେଟରୁ କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଇଦେଲା ସିକ୍ୟୁରିଟି ଗାର୍ଡ, ପଢ଼ନ୍ତୁ ସଂପୂର୍ଣ୍ଣ ଖବର

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅପମାନିତ । ଲୋକପ୍ରିୟ ହାସ୍ୟ ଟିଭି କାର୍ଯ୍ୟକ୍ରମ କପିଲ ଶର୍ମା ସୋରେ ଯୋଗଦେବାକୁ ଆସିଥିବା ଟିଭି କଳାକାର ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅପମାନ । ସ୍ମୃତି ଇରାନୀ କପିଲ ଶର୍ମା ସୋରେ ଅତିଥି ହିସାବରେ ନଜର ଆସିବାର ଥିଲା, କିନ୍ତୁ ଏବେ ଏମିତି ହେବ ନାହିଁ । ସ୍ମୃତି ଇରାନୀ ନିଜର ବହି ‘ଲାଲ ସଲାମ’ର ପ୍ରମୋଶନ ପାଇଁ କପିଲ ଶର୍ମା ସୋ ଯୋଗଦେବାକୁ ଆସିଥିଲେ ମାତ୍ର ସୁଟି ସେଟର ଗେଟରେ ଥିବା ଗାର୍ଡ ତାଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । ଶେଷରେ ସ୍ମୃତି ଇରାନୀଙ୍କ ଫେରିବାକୁ ପଡ଼ିଥିଲା ।

ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଯେତେବଳ ସୁଟିଂ ପାଇଁ ଷ୍ଟୁଡିଓ ଗେଟରେ ପହଞ୍ଚିଥିଲେ ସେତେବେଳେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ଚିହ୍ନିନପାରି ଅଟକାଇଥିଲେ ଏବଂ ତାଙ୍କୁ ଯିବାକୁ ଦେଇନଥିଲେ । ସ୍ମୃତି ଇରାନୀ ତାଙ୍କୁ କହିଥିଲେ ଯେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ଆସିଛନ୍ତି । ଏହାପରେ ମଧ୍ୟ ତାଙ୍କୁ ଛାଡ଼ିନଥିଲେ ଗାର୍ଡ ଏବଂ ଏନେଇ ତାଙ୍କୁ କୌଣସି ଆଦେଶ ମିଳିନଥିବା କହିଥିଲେ ।

କୁହାଯାଉଛି ଯେ ସ୍ମୃତି ଇରାନୀଙ୍କ ଡ୍ରାଇଭର ଏବଂ କପିଲ ଶର୍ମା ସୋ ର ଗେଟ କିପରଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଏଭଳି ହୋଇଛି ।

Get real time updates directly on you device, subscribe now.