fbpx

ଭୁବନେଶ୍ୱରଙ୍କ ଘରକୁ ଆସିଲା ପରୀ; ଇନଷ୍ଟାଗ୍ରାମରେ ସୂଚନା ଦେଲେ ଭାରତୀୟ ପେସର

ନୂଆଦିଲ୍ଲୀ: ବାପା ହେଲେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଭୁବନେଶ୍ୱର କୁମାରଙ୍କ ପତ୍ନୀ ନୁପୁର ବୁଧବାର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱରଙ୍କ ମା ଏବଂ ଭଉଣୀ ହସ୍ପିଟାଲରେ ପହଞ୍ଚିଥିଲେ । ସକାଳ ପ୍ରାୟ ୯ଟା ସମୟରେ ତାଙ୍କର ଶିଶୁ କନ୍ୟା ଜନ୍ମ ହୋଇଥିବା ନେଇ କହିଛନ୍ତି ଏମଡିସିଏ କୋଷାଧ୍ୟକ୍ଷ ରାକେଶ ଗୋଏଲ । ଖବର ପାଇବା ପରେ ଭୁବନେଶ୍ୱର କୁମାର ଦିଲ୍ଲୀରେ ପହଞ୍ଚିଥିଲେ ।

 

View this post on Instagram

 

A post shared by Bhuvneshwar Kumar (@imbhuvi)

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର କୁମାର ନୁପୁର ନାଗରଙ୍କୁ ୨୩ ନଭେମ୍ବର ୨୦୧୭ ରେ ବିବାହ କରିଥିଲେ । ଗତ ମେ ମାସରେ ଭୁବନେଶ୍ୱର କୁମାରଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । କ୍ୟାନ୍ସର ଏବଂ ଯକୃତଜନିତ ରୋଗର ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

ନିକଟରେ ଭୁବନେଶ୍ୱର କୁମାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟଚରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାଗ ନେଇଥିଲେ । ଯେଉଁଥିରେ ସେ ୭.୫୦ ଆର୍ଭେଜ ସହ ତିନିଟି ୱିକେଟ ନେଇଥିଲେ । ଏହା ପୂର୍ବରୁ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିଥିଲେ ।  ଏହା ପୂର୍ବରୁ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିଥିଲେ ।

ତେବେ ଆଘାତ କାରଣରୁ ତିନି ବର୍ଷ ଧରି ସେ କୌଣସି ଟେଷ୍ଟ ମ୍ୟାଚ ଖେଳିନାହଁନ୍ତି । ଆଗକୁ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଖେଳିବାକୁ ଯାଉଛନ୍ତି ଭୁବନେଶ୍ୱର କୁମାର ।

 

Get real time updates directly on you device, subscribe now.