fbpx

ହକି ବିଶ୍ୱକପ: ପରାଜୟରୁ ଅଭିଯାନ ଆରମ୍ଭ କଲେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଉଥିବା ଉଦଘାଟନୀ ମୁକାବିଲାରେ ପରାଜିତ ହୋଇଛି ଭାରତ । କଳିଙ୍ଗ ଷ୍ଟାଡିୟମରେ ଏହି ମୁକାବିଲାଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ ମୁକାବିଲାରେ ୫-୪ ଗୋଲରେ ଭାରତକୁ ପରାସ୍ତ କରିଛି ଫ୍ରାନ୍ସ । ମ୍ୟାଚର ପ୍ରଥମ କ୍ୱାର୍ଟରରୁ ହିଁ ଫ୍ରାନ୍ସ ଆକ୍ରମଣାତ୍ମକ ହକି ଖେଳିଥିଲା । ଅଧିନାୟକ କ୍ଲିମେଣ୍ଟ ଟିମୋଥି ଗୋଲ ଖାତା ଖୋଲିଥିଲେ । ଏହର କିଛି ମିନିଟ ମଧ୍ୟରେ ବେଞ୍ଜାମିନ ମାର୍କ୍ୟୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ତେବେୁ ପ୍ରଥମ କ୍ୱାର୍ଟର ଶେଷ ହେବା ପୂର୍ବରୁ ଉତ୍ତମମ ସିଂ ଏବଂ ଉପ ଅଧିନାୟକ ସଞ୍ଜୟଙ୍କ ଗୋଲ ବଳରେ ଭାରତ ମ୍ୟାଚ ସମାନ୍ତର ସ୍ଥିତିକୁ ଆଣିଥିଲା ।

ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ସାମାନ୍ୟ ରକ୍ଷଣାତ୍ମକ ଖେଳ ଖେଳିଥିଲେ । ତେବେ ଦ୍ୱିତୀୟ କ୍ୱାର୍ଟରର ଦେଢ ମିନିଟ ପୂର୍ବରୁ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅଧିନାୟକ କ୍ଲିମେଣ୍ଟ ଟିମୋଥି । ତୃତୀୟ କ୍ୱାର୍ଟରରେ ମଧ୍ୟ ଫ୍ରାନ୍ସ ଆଉ ଦୁଇଟି ଗୋଲ ସ୍କୋର କରିଥିଲା । କ୍ଲିମେଣ୍ଟ ଟିମୋଥି ନିଜର ହ୍ୟାଟ୍ରିକ ପୂରଣ କରିଥିଲେ । ଶେଷ ୧୦ ମିନିଟରେ ଭାରତ ପକ୍ଷରୁ ସଞ୍ଜୟ ଆଉ ଦୁଇଟି ଗୋଲ ସ୍କୋର କରି ନିଜର ହ୍ୟାଟ୍ରିକ ପୂରଣ କରିଥିଲେ । ତେବେ ଭାରତ ୫-୪ରେ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.