fbpx

ଓଡ଼ିଶାରେ ମୋବାଇଲ୍ ଗେମର ସଂଖ୍ୟା ସର୍ବାଧିକ ବୃଦ୍ଧି, ବିଶ୍ୱରେ ସର୍ବାଧିକ ଗ୍ରାହକ ଭାରତରେ

ଭୁବନେଶ୍ୱର: ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫% ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧୬୫୨% ବଢିଥିବା ଇଣ୍ଡିଆ ମୋବାଇଲ୍ ଗେମିଂ ରିପୋର୍ଟ(ଆଇଏମ୍‌ଜିଆର) ୨୦୨୨ରେ କୁହାଯାଇଛି। ଗେମିଂ ପ୍ଲାଟ୍‌ଫର୍ମ ମୋବାଇଲ ପ୍ରିମିୟର ଲିଗ ପକ୍ଷରୁ ରବିବାର ଏହି ରିପୋର୍ଟ ପ୍ରକାଶ ପାଇଛି।

ଏହି କ୍ଷେତ୍ରରେ ଓଡ଼ିଶା ପଛକୁ ପଞ୍ଜାବ, ତାମିଲନାଡୁ, ପଣ୍ଡିଚେରୀ ଏବଂ ହିମାଚଳପ୍ରଦେଶରେ ମୋବାଇଲ ଗେମରଙ୍କ ସଂଖ୍ୟା ବଢିଚାଲିଛି। ଗେମରଙ୍କ ପାଇଁ ଉତ୍ତରପ୍ରଦେଶ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ମହାରାଷ୍ଟ୍ର, ରାଜସ୍ଥାନ, ବିହାର ଏବଂ ପଶ୍ଚିମବଙ୍ଗ ରହିଛନ୍ତି।

ମୋବାଇଲ୍‌ରେ ସବୁଠୁ ଲୋକପ୍ରିୟ ଖେଳ ହେଉଛି ଲୁଡୁ ଡାଇସ୍‌, ସାପ ଶିଢ଼ି, କ୍ୟାରମ, ଫ୍ରୁଟ୍ ଡାର୍ଟ, ବ୍ଲକ୍ ପଜଲ ଏବଂ ପୋକର। ଗତବର୍ଷ ବିଶ୍ୱରେ ମୋବାଇଲ ଗେମର ଭାରତରେ ସର୍ବାଧିକ ରହିଥିଲେ। ଏହି ଗେମ୍‌କୁ ୧୫ ବିଲିୟନ ଥର ଡାଉନଲୋଡ କରାଯାଇଥିଲା। ଗତ ଆର୍ଥିକ ବର୍ଷରେ ଭାରତର ଗେମିଂ ବଜାରରେ କାରବାର ୨.୬ ବିଲୟନ ଡଲାର ଥିଲା। ବର୍ଷକୁ ଏହା ୨୭ ପ୍ରତିଶତ ବଢୁଥିବାରୁ ୨୦୨୭ ବେଳକୁ କାରବାର ୮.୬ ବିଲୟନ ଡଲାର ଛୁଇଁବ ବୋଲି ଆକଳନ କରାଯାଉଛି ।

Get real time updates directly on you device, subscribe now.