fbpx

ଡଟ୍‌ଫେଷ୍ଟରେ ଦୁଲୁକିଲା ପ୍ରଦର୍ଶନୀ ପଡ଼ିଆ, ଯୁବପିଢିଙ୍କୁ ମତୁଆଲା କଲେ ଦିଶା ପଟାନୀ, ଗୁରୁ ରନ୍ଧୱା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବହୁ ପ୍ରତିକ୍ଷୀତ ଡଟ୍‌ଫେଷ୍ଟର ଦ୍ୱିତୀୟ ସଂସ୍କରଣ ରବିବାର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ଏହି ଫେଷ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହାପରେ ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ବଲିଉଡ ଅଭିନେତ୍ରୀ ଦିସା ପଟାନୀ, ବଲିଉଡ କଣ୍ଠଶିଳ୍ପୀ ଗୁରୁ ରନ୍ଧୱା ଓ ବ୍ଲାକ୍‌ ସ୍ୱାନ। ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଚିତ୍ତାକର୍ଷକ ଅଭିନୟ ଓ କଣ୍ଠଦାନ କରିଥିବା ବେଳେ ଏହା ଉପସ୍ଥିତ ଯୁବପିଢିଙ୍କୁ ମତୁଆଲା କରିଥିଲା। ଏଥିସହ ହକି ବିଶ୍ୱକପ୍ ପାଇଁ ଏଠାରେ ଅନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୬ଟି ଦେଶର ଖାଦ୍ୟ ଉପଲବ୍ଧ ରହିଥିଲା ।

ତେବେ ଗତ ଦୁଇବର୍ଷ ହେବ କରୋନା କଟକଣା ପାଇଁ କୌଣସି ଉତ୍ସବ ଆୟୋଜିତ ହୋଇନଥିବା ବେଳେ ସହରବାସୀ ଏଭଳି ଚିତ୍ତାକର୍ଷକ ଉତ୍ସବରେ ଅଂଶଗ୍ରହଣ କରି ବେଶ୍‌ ଆନନ୍ଦ ଉପଭୋଗ କରିଛନ୍ତି। ଏହି ଡଟ୍‌ଫେଷ୍ଟ୍ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି। ଏଥିନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

Image

ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ଅଶୋକ କୁମାର ପଣ୍ଡା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ବିଡିଏର ଭିସି ବଲୱନ୍ତ ସିଂ ଏବଂ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହିଥିଲେ।

Image

Get real time updates directly on you device, subscribe now.